17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଗାଜାରେ ଇସ୍ରାଏଲର ନରସଂହାର; ଖାଦ୍ୟ ସାମଗ୍ରୀ ନେବାବେଳେ ବୋମା ମାଡ଼

ଗାଜାରେ ଇସ୍ରାଏଲର ନରସଂହାର; ଖାଦ୍ୟ ସାମଗ୍ରୀ ନେବାବେଳେ ବୋମା ମାଡ଼

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି । ଏହି ସମୟରେ ଇସ୍ରାଏଲ ଗାଜାକୁ ଟାର୍ଗେଟ କରିବା ଆରମ୍ଭ କରିଛି। ଯାହା ପରେ ସେଠାରେ ଆତଙ୍କ ଖେଳିଯାଇଛି । ଇସ୍ରାଏଲ ଲଗାତାର ଗାଜା ଉପରେ ଆକ୍ରମଣ କରୁଛି । ଗୁରୁବାର ଇସ୍ରାଏଲ କେନ୍ଦ୍ରୀୟ ଗାଜା ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ହସ୍ପିଟାଲର ଜଣେ ଅଧିକାରୀମାନେ ଏହି ଆକ୍ରମଣ ବିଷୟରେ ସୂଚନା ଦେଇଥିଲେ। ଆକ୍ରମଣ ପରେ ସେଠାରେ ଆତଙ୍କ ସୃଷ୍ଟି ହୋଇଥିଲା ଏବଂ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଆକ୍ରମଣ ସମୟରେ ଲୋକ ଭିଡ଼ ହୋଇ ଫିଲିସ୍ତିନୀ ପୋଲିସଠାରୁ ଅଟା ବସ୍ତା ନେଉଥିଲେ, ଯାହାକୁ ରିଲିଫ୍ ସାମଗ୍ରୀ ଲୁଟୁଥିବା ଦଳଙ୍କଠାରୁ ଜବତ କରାଯାଇଥିଲା । ପ୍ରାୟ ଅଢ଼େଇ ମାସ ଧରି ଗାଜାକୁ ସମସ୍ତ ଖାଦ୍ୟ ସହାୟତା ବନ୍ଦ କରିବା ପରେ, ଇସ୍ରାଏଲ ମେ ମାସର ମଧ୍ୟଭାଗରୁ କମ୍ ପରିମାଣର ଯୋଗାଣକୁ ଅନୁମତି ଦେଇଛି । ସଂଯୁକ୍ତ ରାଷ୍ଟ୍ର ରିଲିଫ୍ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବା ପରଠୁ ରିଲିଫ୍ ସାମଗ୍ରୀ ଲୁଟୁଥିବା ଦଳଙ୍କ ଯୋଜନା ଫେଲ୍ ମାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking