ନୂଆଦିଲ୍ଲୀ: ଝିଅ ଆଗରେ ବାପାକୁ ମାରିଦେଲେ ଦୁର୍ବୃତ୍ତ । ବାପା- ଝିଅ ମଣ୍ଣିଂ ୱାକ ପାଇଁ ଯାଇଥିଲେ । ହେଲେ ହଠାତ ଦୁଇ ଜଣ ଅଜଣା ଗାଡିରେ ଆସି ଉଭୟଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅଟି ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକଙ୍କ ବୟସ ୪୩ ବର୍ଷ । ଆକ୍ରମଣକାରୀମାନେ କାଣ୍ଡ ଭିଆଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ୱ ଶତ୍ରୁତାକୁ ନେଇ ଏଭଳି ଗୁଳିକାଣ୍ଡ ବୋଲି ପୋଲିସ ସୂଚନା ଦେଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ , ବାପା, ଝିଅ ନିୟମିତ ଚାଲିବା ପାଇଁ ଆସନ୍ତି । ବାଇକରେ ହଠାତ ଦୁଇଜଣ ଆସି ଉଭୟଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଘଟଣାସ୍ଥଳରେ ବାପାର ମୃତ୍ୟୁ ହୋଇଥିଲା ବେଳେ ଝିଅଟି ଗୁରୁତର ଆଗତ ହୋଇଥିଲେ । ତାଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା । ସେ ବର୍ତ୍ତମାନ ଭଲ ଅଛନ୍ତି । ପୋଲିସ ପହଞ୍ଚି ଅଞ୍ଚଳଟିକୁ ସମ୍ପୁଣ୍ଣ ସୁରକ୍ଷା ବଳୟରେ ରଖିଛି । ପୋଲିସ ସ୍ଥାନୀୟ ଲେକଙ୍କ ସହ ମିଶି ସିସିଟିଭି ଫୁଟେଜ ଯାଞ୍ଚ କରି ପଚରାଉଚରା କରୁଛି । ଆକ୍ରମଣକାରୀକୁ ଗିରଫ କରିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଦଳ ଗଠନ କରିଛି ।









