ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ବାଙ୍କିବାହାଲ କୋଲ କରିଡୋର ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ରାତିିରେ ଭଷ୍ମା ଥାନା ବ୍ରାହ୍ଣଣୀପାଲି ନିକଟରେ ଟ୍ରଲର ବାଇକ ଧକ୍କା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।
ଗୁରୁତର ବ୍ୟକ୍ତି ଜଣକ ବିକାଶ ନାଏକ ବୋଲି ଜଣାପଡିଛି । ସେ ଗୁରୁତର ଆବସ୍ଥାରେ ରାଉରକେଲା ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ମୃତକ ଦୁଇ ଜଣ ଶୁଭମ ବାରିକ ଏବଂ ତ୍ରିଲୋଚନ ସେôଠ ବୋଲି ଜଣାପଡିଛି । ତିନି ଜଣ ଯାକ ଭେଡାବାହାଲ ଅଞ୍ଚଳର ବାସିନ୍ଦା ଅଟନ୍ତି । ଘଟଣା ପରେ ରାତିସାରା ଉତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତାରୋକ କରାଯାଇଥିଲା । ସକାଳୁ ରାସ୍ତା ରୋକ ହଟିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।









