ଭୁବନେଶ୍ୱର: ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣାରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି । ଯୁବ ଓ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୂଚନା ଥାଉକି, ଗୋପାଳପୁର ପୁଲିସ ଏହି ମାମଲାରେ ପ୍ରଥମେ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା । ଅନ୍ୟ ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ ହିଞ୍ଜିଳି ଅଞ୍ଚଳର ବୋଲି ଜଣାପଡିଛି । ପୁଲିସ ଅଧିକ ତଦନ୍ତ ଚଳାଇଛି । ରବିବାର ରଜ ସଂକ୍ରାନ୍ତିରେ ଏମାନେ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିଲେ । କିନ୍ତୁ ସଂକ୍ରାନ୍ତି ଯୋଗୁଁ ବେଳାଭୂମିରେ ବେଶୀ ଭିଡ଼ ନଥିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ସଂପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସେପଟେ ଘଟଣା ନେଇ ଏସ୍ପିଙ୍କ ସହ କଥା ହୋଇଛନ୍ତି ପ୍ରଭାତୀ ପରିଡା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଭବିଷ୍ୟତରେ ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।










