14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶମହିଳାଙ୍କ ଗଳା କାଟି ହତ୍ୟା

ମହିଳାଙ୍କ ଗଳା କାଟି ହତ୍ୟା

ଝାଡଖଣ୍ଡ: ଝାଡଖଣ୍ଡର ସରାଇକେଲା-ଖରସାୱାନ ଜିଲ୍ଲାରେ ଅନ୍ଧବିଶ୍ୱାସର ଭୟଙ୍କର ଚେହେରା ସାମ୍ନାକୁ ଆସିଛି । ଜଣେ ୩୭ ବର୍ଷୀୟ ମହିଳାଙ୍କୁ ଡାହାଣୀ ବୋଲି କହି ତାଙ୍କ ଗଳା କାଟି ହତ୍ୟା କରାଯାଇଛି । ଏହି ମାମଲାରେ ପୋଲିସ ମୃତକଙ୍କ ଶ୍ୱଶୁର, ଭଉଣୀ ଏବଂ ଅନ୍ୟାନ୍ୟ ସମ୍ପର୍କୀୟଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରିଛି । ପରିବାର ପକ୍ଷରୁ ମହିଳାଙ୍କୁ କଳାଯାଦୁରେ ଜଡିତ ବୋଲି ଭୟ କରି ହତ୍ୟା କରିବା ପାଇଁ ଜଣେ କଣ୍ଟ୍ରାକ୍ଟ କିଲରଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏଜେନ୍ସି ଅନୁଯାୟୀ, ଏହି ଘଟଣା ଜୁନ ୧୨ ରାତିରେ ଘଟିଥିଲା । ସେରାଇକାଲା – ଖରସାୱାନ ଜିଲ୍ଲାର ଏକ ଗାଁରେ ରହୁଥିବା ମୋଙ୍ଗ୍ରୋ ମୁଣ୍ଡା ନାମକ ଜଣେ ମହିଳାଙ୍କୁ ତାଙ୍କ ଘରୁ ଡାକି ନିଆଯାଇଥିଲା ଏବଂ ତା’ପରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ହତ୍ୟା କରାଯାଇଥିଲା । ପୋଲିସ କହିଛି ଯେ ମୋଙ୍ଗ୍ରୋଙ୍କୁ ତାଙ୍କ ପରିବାର ସଦସ୍ୟ ଏବଂ ଗାଁର କିଛି ଲୋକ ହତ୍ୟା କରିଛନ୍ତି ।

ପୋଲିସ ଅଧୂକ୍ଷକ (ଏସପି) ମୁକେଶ କୁମାର ଲୁନାୟତଙ୍କ ଅନୁଯାୟୀ, ମୋଙ୍ଗ୍‌ ମୁଣ୍ଡାଙ୍କ ଶ୍ବଶୁର, ୬ ବର୍ଷୀୟା ସୋୟନା ମୁଣ୍ଡା, ଶାଳୀ, ୩୧ ବର୍ଷୀୟା ଡଲି ମୁଣ୍ଡା ଏବଂ ଜଣେ ଦୂର ସମ୍ପର୍କୀୟ ସନ୍ଦେହ କରିଥିଲେ ଯେ ସେ କଳା ଯାଦୁ କିମ୍ବା ତନ୍ତ୍ର-ମନ୍ତ୍ର ଅଭ୍ୟାସ କରନ୍ତି। ତାଙ୍କ ଯୋଗୁଁ ଘରେ ସମସ୍ୟା ବଢ଼ିବାରେ ଲାଗିଥିଲା। ଏହି ସନ୍ଦେହ ଯୋଗୁଁ, ତିନିଜଣ ମିଶି ମୋଙ୍ଗ୍ରାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ। ପୋଲିସ ତଦନ୍ତରୁ ଜଣାପଡିଛି ଯେ ଏହି ତିନି ଅଭିଯୁକ୍ତ ମଙ୍ଗରୋଙ୍କୁ ହତ୍ୟା କରିବା ପାଇଁ ତିନି ଜଣ ବାହାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲେ। ଷଡ଼ଯନ୍ତ୍ର ଅନୁଯାୟୀ, ମଙ୍ଗରୋଙ୍କୁ ଘରୁ ଡାକି ନିଆଯାଇଥିଲା ଏବଂ ତା’ପରେ ହତ୍ୟାକାରୀମାନେ ତାଙ୍କ ଗଳା କାଟି ଦେଇଥିଲେ। ଏସବୁ ଏତେ ଯୋଜନାବଦ୍ଧ ଭାବରେ ଘଟିଥିଲା ଯେ ପ୍ରାରମ୍ଭରେ ପୋଲିସ ମଧ୍ଯ କୌଣସି ଠୋସ୍ ସୁରାକ ପାଇପାରି ନଥିଲା।

ଏହି ହତ୍ୟାକାଣ୍ଡର ପର୍ଦାଫାସ ସେତେବେଳେ ହୋଇଥୁଲା ଯେତେବେଳେ ମୋଙ୍ଗରୋଙ୍କ ସ୍ବାମୀ ପାଣ୍ଡୁ ମୁଣ୍ଡା ପୋଲିସରେ ଏକ ମାମଲା ଦା କରିଥିଲେ। ସେ ତାଙ୍କ ସ୍ତ୍ରୀଙ୍କ ହତ୍ୟା ସନ୍ଦେହ କରିଥିଲେ ଏବଂ ସମ୍ପୂର୍ଣ ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ। ଏହି ଆଧାରରେ, ପୋଳି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତତ୍ପରତା ଦେଖାଇ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା, ଯେଉଁଥିରେ ମୋଙ୍ଗରୋଙ୍କ ଶ୍ୱଶୁର, ଶାଳୀ, ଜଣେ ଦୂର ସମ୍ପର୍କୀୟ ଏବଂ ଅନ୍ୟ ତିନି ଜଣ ଅଭିଯୁକ୍ତ ଥିଲେ। ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ପୋଲିସ କହିଛି ଯେ ସମଗ୍ର ମାମଲାର ଗଭୀର ତଦନ୍ତ କରାଯାଉଛି ଏବଂ ଏଥିରେ ଅନ୍ୟ କୌଣସି ଲୋ ମଧ୍ଯ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ମଧ୍ଯ ଦେଖାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking