19.1 C
Bhubaneswar
Tuesday, February 10, 2026
Homeଓଡିଶାଗ୍ରାମ ପଞ୍ଚାୟତର ଯୋଜନା ପ୍ରସ୍ତୁତି ପାଇଁ ପ୍ରେସନୋଟ

ଗ୍ରାମ ପଞ୍ଚାୟତର ଯୋଜନା ପ୍ରସ୍ତୁତି ପାଇଁ ପ୍ରେସନୋଟ

ଯାଜପୁର: ଓଡ଼ିଶାର ଗ୍ରାମପଞ୍ଚାୟତ ନିଜେ ନିଜର ବିକାଶ ଯୋଜନା ପ୍ରସ୍ତୁତ କରିବେ, ନିଜର ସ୍ଥିତି ପରଖିବେ, ନିରନ୍ତର ଉନ୍ନତି କରିବେ, ଅଗ୍ରଗତିର ମୂଲ୍ୟାଙ୍କନ କରିବେ ଓ ନିଜର ସ୍କୋର ମଧ୍ୟ ଜାଣିପାରିବା ସହ ଆକାଂକ୍ଷୀରୁ ଉପରକୁ ଉଠି ସଫଳତାର ଶୀର୍ଷରେ ପହଞ୍ଚିବେ। ପଞ୍ଚାୟତ ଗୁଡିକର ଉହି ଲକ୍ଷ୍ୟକୁ ସାଧିତ କରିବା ପାଇଁ ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ସମଗ୍ର ଦେଶରେ ଆରମ୍ଭ ହୋଇଛି ପଞ୍ଚାୟତ ଅଗ୍ରଗତି ସୂଚକ ଅର୍ଥାତ Panchayat Advancement Index । ଆମ ରାଜ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସର୍ଵୋଚ୍ଚ ପ୍ରଶିକ୍ଷଣ ପ୍ରଦାନକାରୀ ସଂସ୍ଥା ରୂପେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ଆନୁକୁଲ୍ୟରେ ଏହି ବିଷୟ ଉପରେ ଯାଜପୁର ଜିଲ୍ଲାର ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକ ସ୍ତରର ୧୧୫ ଜଣ ଅଧିକାରୀ ଯୋଗଦେଇ PAI ଉପରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ମୀନା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ପଞ୍ଚାୟତ ଅଗ୍ରଗତି ସୂଚକ ବିଷୟରେ ଉପସ୍ଥିତ କର୍ମକର୍ତ୍ତା ମାନଙ୍କୁ ସବିଶେଷ ଜ୍ଞାନ ପ୍ରଦାନ କରିଥିଲେ ।

ପଞ୍ଚାୟତମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ସ୍ଥାନୀୟ ସ୍ୱୟଂଶାସନ ସଂସ୍ଥାଗୁଡ଼ିକୁ ସଶକ୍ତ କରିବା ପାଇଁ PAIର ଭୂମିକା ଗୁରୁତ୍ଵପୂର୍ଣ୍ଣ। ତେଣୁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପରିପ୍ରେକ୍ଷୀରେ ସ୍ଥିରୀକୃତ ୯ଟି ବିଷୟଭିତ୍ତିକ କ୍ଷେତ୍ର ଉପରେ ପଞ୍ଚାୟତର ସ୍ଥିତି କିପରି ଅଛି ସମସ୍ୟା ସବୁ କଣ ରହିଛି ଓ େଏହାର କିପରି ସୁସମାଧାନ କରାଯାଇପାରିବ, ସେ ବିଷୟରେ ଆଲୋକପାତ କରିଥିଲେ। ତେଣୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦ୍ଵାରା ଯାଜପୁର ଜିଲ୍ଲାର ପଞ୍ଚାୟତ ଗୁଡିକ ଆଗାମୀ ଦିନରେ ଅଧିକ ସଶକ୍ତ ଓ ସୁଦୃଢ ହେବା ସହ ସମଗ୍ର ଓଡ଼ିଶାରେ ସାମୁହିକ ଅଭିବୃଦ୍ଧି ଓ ସମାବେଶୀ ବିକାଶରେ ବ୍ୟାପକ ଯୋଗଦାନ ପୂର୍ବକ ବିକଶିତ ଗାଁ – ବିକଶିତ ଓଡ଼ିଶା ଗଠନ ଦିଗରେ ସହାୟକ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷର ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟନିର୍ଵାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ, ପ୍ରକଳ୍ପ ପରିଚାଳକ – ଦକ୍ଷତା ବିକାଶ ଶ୍ରୀମତୀ ମଧୁମିତା ପୃଷ୍ଟି ଓ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking