15.1 C
Bhubaneswar
Monday, December 15, 2025
Homeଦେଶ ବିଦେଶଦ୍ରୁତ ଆଦାନ ପ୍ରଦାନ ପାଇଁ ଭାରତ ନିର୍ବାଚନ ଆୟୋଗ ଇଣ୍ଡେକ୍ସ କାର୍ଡ଼ ଏବଂ ପରିସଂଖ୍ୟାନ ରିପୋର୍ଟକୁ ମଧ୍ୟ ସୁଗମ...

ଦ୍ରୁତ ଆଦାନ ପ୍ରଦାନ ପାଇଁ ଭାରତ ନିର୍ବାଚନ ଆୟୋଗ ଇଣ୍ଡେକ୍ସ କାର୍ଡ଼ ଏବଂ ପରିସଂଖ୍ୟାନ ରିପୋର୍ଟକୁ ମଧ୍ୟ ସୁଗମ କରୁଛନ୍ତି

ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଜ୍ଞାନେଶ କୁମାର ଏବଂ ନିର୍ବାଚନ ଅଧିକାରୀ ଡକ୍ଟର ସୁଖବୀର ସିଂହ ସାନ୍ଧୁ ଓ ଡକ୍ଟର ବିବେକ ଜୋଶୀଙ୍କ ଅଧ୍ୟକ୍ଷତାରେ ଭାରତ ନିର୍ବାଚନ ଆୟୋଗ, ନିର୍ବାଚନ ପରିଚାଳନା ପରେ ଇଣ୍ଡେକ୍ସ କାର୍ଡ଼ ଏବଂ ବିଭିନ୍ନ ପରିସଂଖ୍ୟାନ ରିପୋର୍ଟ ସୃଷ୍ଟି କରିବାର ପ୍ରଯୁକ୍ତିବିଦ୍ୟା ଆଧାରିତ ବ୍ୟବସ୍ଥାକୁ ସୁଗମ କରିଛନ୍ତି । ଏହି ଉନ୍ନତ ପଦ୍ଧତି ପାରମ୍ପରିକ ହସ୍ତଚାଳିତ ପଦ୍ଧତିଗୁଡ଼ିକୁ ବଦଳାଇବ, ଯେଉଁଥ‌ିରେ ବିଳମ୍ବର  ପ୍ରାୟତଃ ସମ୍ଭାବନା ଥାଏ। ସ୍ୱୟଂଚାଳିତତା ଏବଂ ତଥ୍ୟ ସମନ୍ଧର ଉପଯୋଗ କରି, ନୂତନ ବ୍ୟବସ୍ଥା ଦ୍ରୁତ ରିପୋଟିକୁ ସୁନିଶ୍ଚିତ କରିବ। ଇଣ୍ଡେକ୍ସ କାର୍ଡ଼ ଏକ ଅଣ- ସାମ୍ବିଧାନିକ, ନିର୍ବାଚନ ପରବର୍ତ୍ତୀ ପରିସଂଖ୍ୟାନ ରିପୋର୍ଟ । ଏହା ଗବେଷକ, ଶିକ୍ଷାବିତ୍, ନୀତି ନିର୍ଦ୍ଧାରକ, ସାମ୍ବାଦିକ ଏବଂ ସାଧାରଣ ଜନତା ସମେତ ସମସ୍ତ ଅଂଶୀଦାରଙ୍କ ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରରେ ନିର୍ବାଚନ ସମ୍ପର୍କିତ ତଥ୍ୟର ସୁଗମତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ECI) ଦ୍ବାରା ଏକ ସୁତଃପ୍ରବୃତ୍ତ ପଦକ୍ଷେପ ।

ପ୍ରାର୍ଥୀ, ଭୋଟର, ଭୋଟ୍ ପ୍ରାପ୍ତ, ଗଣନା ହୋଇଥିବା ଭୋଟ୍, ଦଳଗତ ଏବଂ ପ୍ରାର୍ଥୀ-ୱାରୀ ଭୋଟ୍ ଅଂଶ, ଲିଙ୍ଗ-ଆଧାରିତ ଭୋଟ୍ ପଦ୍ଧତି, ଆଞ୍ଚଳିକ ପରିବର୍ତ୍ତନ ଏବଂ ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟଦକ୍ଷତା ଭଳି ବହୁବିଧ ଦିଗଗୁଡ଼ିକରେ ତଥ୍ୟ ପ୍ରସାରଣ କରିବା ପାଇଁ ନିର୍ମାଣ କରାଯାଇଛି । ଏହି ଇଣ୍ଡେକ୍ସ କାର୍ଡ଼ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ୩୫ ଟି ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ୧୪ଟି ପରିସଂଖ୍ୟାନ ରିପୋର୍ଟ ସୃଷ୍ଟି କରିବାର ମୂଳଦୁଆ ଗଠନ କରେ। ଏହି ରିପୋର୍ଟଗୁଡ଼ିକ ରାଜ୍ୟ/ପିସି/ଏସି-ୱାରୀ ଭୋଟର୍ ବିବରଣୀ, ମତଦାନ କେନ୍ଦ୍ର ସଂଖ୍ୟା, ରାଜ୍ୟ ଏବଂ ନିର୍ବାଚନ ମଣ୍ଡଳୀ ୱାରୀ ଭୋଟ୍ ହାର, ମହିଳା ଭୋଟର୍ ଙ୍କ ଅଂଶଗ୍ରହଣ, ଜାତୀୟ/ରାଜ୍ୟ ଦଳ ଏବଂ ପଞ୍ଜିକୃତ ଅଣସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ (RUPP) ର କାର୍ଯ୍ୟଦକ୍ଷତା, ବିଜୟୀ ପ୍ରାର୍ଥୀଙ୍କ ନିଶ୍ଳେଷଣ, ବିସ୍ତ୍ରୁତ ନିର୍ବାଚନ ମଣ୍ଡଳୀ-ୱାରୀ ଫଳାଫଳ ଏବଂ ସାରାଂଶ ତଥ୍ୟ ରିପୋର୍ଟ ଭଳି ପରିବର୍ତନଶୀଳ ବିଷୟଗୁଡ଼ିକୁ ପ୍ରଦାନ କରେ ।

ଏହି ସମୃଦ୍ଧ, ତ‌ଥ୍ୟ-ଚା ଳିତ ସମ୍ବଳ ଏକ ଦୃଢ଼ ଗଣତାନ୍ତ୍ରିକ ଆଲୋଚନାରେ ଯୋଗଦାନ ଦେଇ ଗଭୀର ନିର୍ବାଚନୀ ଗବେଷଣା କ୍ଷମତାକୁ ବୃଦ୍ଧି କରେ। ତଥାପି, ଏହି ପରିସଂଖ୍ୟାନ ରିପୋର୍ଟଗୁଡ଼ିକ କେବଳ ଶିକ୍ଷାଗତ ଏବଂ ଗବେଷଣା ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଏବଂ ଇଣ୍ଡେକ୍ସ କୁ କାର୍ଡରୁ ଦ୍ବିତୀୟ ତଥ୍ୟ ଉପରେ ଆଧାରିତ, ଯେବେ  ପ୍ରାଥମିକ ଏବଂ ଚୂଡ଼ାନ୍ତ ତଥ୍ୟ ସମ୍ପୃକୁ ରିଟୁଙ୍ଗ ଅଧିକାରୀଙ୍କ (RO) ଦ୍ବାରା ପରିଚାଳିତ ବୈଧାନିକ ଫର୍ମରେ ଉପ‌ସ୍ଥିତ ଥାଏ। ପୂର୍ବରୁ, ଏହି ଭୌତିକ ଇଣ୍ଡେକ୍ସ କାର୍ଡରେ ଥ‌ିବା ସୂଚନା ନିର୍ବାଚନମଣ୍ଡଳୀ ସୁରରେ ବିଭିନ୍ନ ବୈଧାନିକ ଫର୍ମାଟ୍ ବ୍ୟବହାର କରି ଅଧିକାରୀଙ୍କ ଦ୍ବାରା ପୂରଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଭୌତିକ ଇଣ୍ଡେକ୍ସ କୁ କାର୍ଡ଼ ଗୁଡ଼ିକୁ ପରିସଂଖ୍ୟାନ ରିପୋର୍ଟ ସୃଷ୍ଟି କରିବା ପାଇଁ ଅନଲାଇନ୍ ସିଷ୍ଟମରେ ତଥ୍ୟ ପ୍ରବେଶ ପାଇଁ ବ୍ୟବହାର କରାଯାଇଥିଲା । ଏହି ହସ୍ତଚାଳିତ, ବହୁସ୍ତରୀୟ ପ୍ରକ୍ରିୟା ସମୟ ସାପେକ୍ଷ ଥିଲା ଏବଂ ପ୍ରାୟତଃ ତଥ୍ୟ ଉପଲବ୍ଧତା ଏବଂ ପ୍ରସାରଣରେ ବିଳମ୍ବ ଘଟାଉଥୁଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking