25.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶମହୁଆ ମୋଇତ୍ରା- ପିନାକୀ ମିଶ୍ର ବିବାହ!

ମହୁଆ ମୋଇତ୍ରା- ପିନାକୀ ମିଶ୍ର ବିବାହ!

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କ ବିବାହକୁ ନେଇ ଚର୍ଚ୍ଚା । ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ସେ ବିବାହ କରିଥିବା ନେଇ ଜାତୀୟ ଗଣମାଧ୍ଯମରେ ଚର୍ଚ୍ଚା ଜୋର ଧରିଛି । ଜର୍ମାନୀରେ ଏହି ବିବାହ ହୋଇଥିବା କୁହାଯାଉଛି । ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରା ବିବାହ କରିଛନ୍ତି। ସେ ବିଜୁ ଜନତା ଦଳ ନେତା ଏବଂ ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ତାଙ୍କର ଜୀବନସାଥୀ କରିଛନ୍ତି । ଯଦିଓ ବିବାହ ସମ୍ପର୍କରେ ଉଭୟଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ମିଳିନାହିଁ। ରିପୋର୍ଟରେ ଦାବି କରାଯାଇଛି ଯେ ମହୁଆ ଏବଂ ପିନାକୀ ଜର୍ମାନୀରେ ବିବାହ କରିଛନ୍ତି। ଉଭୟଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ମହୁଆ ଏବଂ ପିନାକୀ ଜର୍ମାନୀରେ ଚୁପଚାପ୍ ବିବାହ କରିଛନ୍ତି। ଏ ବିଷୟରେ ଟିଏମସି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ମହୁଆ ତାଙ୍କ ରାଜନୈତିକ ଜୀବନ ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଖବରରେ ଅଛନ୍ତି। ମହୁଆ ପୂର୍ବରୁ ଡେନିସ୍ ଫାଇନାନ୍ସର ଲାର୍ସ ବ୍ରୋର୍ସେନଙ୍କ ସହ ସମ୍ପର୍କରେ ଥିଲେ, କିନ୍ତୁ ସେମାନଙ୍କର ବିବାହ ଅଧିକ ଦିନ ତିଷ୍ଠି ପାରିଲା ନାହିଁ ଏବଂ ସେମାନଙ୍କର ଛାଡପତ୍ର ହୋଇଗଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking