25.1 C
Bhubaneswar
Saturday, December 20, 2025
Homeଓଡିଶାଷ୍ଟାର୍ଟଅପ୍ ଓଡ଼ିଶା ଦ୍ଵାରା 'ଏକ୍ସ-ଚେଞ୍ଜ ପ୍ରୋଗ୍ରାମ୍' ଏବଂ 'ଲଞ୍ଚପ୍ୟାଡ୍ ୨୦୨୫' ଆୟୋଜିତ

ଷ୍ଟାର୍ଟଅପ୍ ଓଡ଼ିଶା ଦ୍ଵାରା ‘ଏକ୍ସ-ଚେଞ୍ଜ ପ୍ରୋଗ୍ରାମ୍’ ଏବଂ ‘ଲଞ୍ଚପ୍ୟାଡ୍ ୨୦୨୫’ ଆୟୋଜିତ

ଭୁବନେଶ୍ୱର: ରାଜ୍ୟରେ ଷ୍ଟାର୍ଟଅପ୍ ପରିବେଶକୁ ସୁଦୃଢ କରିବାସହ ନବସୃଜନର ସମ୍ଭାବନାକୁ ବଢାଇବା ପାଇଁ ଏମଏସଏମଇ ବିଭାଗ ସହାୟତାରେ ଷ୍ଟାର୍ଟଅପ୍ ଓଡ଼ିଶା,’ଏକ୍ସ-ଚେଞ୍ଜ ପ୍ରୋଗ୍ରାମ୍’ ଏବଂ ‘ଲଞ୍ଚପ୍ୟାଡ୍ ୨୦୨୫ ଆୟୋଜିତ ହୋଇଯାଇଛି l ଭୁବନେଶ୍ୱରର ଓ-ହବ୍, ଓଡ଼ିଶା ଷ୍ଟାର୍ଟଅପ୍ ଇନକ୍ୟୁବେସନ୍ ସେଣ୍ଟରରେ ଆୟୋଜିତ କର୍ମଶାଳାରେ ଇନକ୍ୟୁବେଟର୍ ମାନଙ୍କୁ ଦକ୍ଷତା ବିକାଶ ଓ ନବସୃଜନର ବିଭିନ୍ନ ଦିଗ ଉପରେ ତାଲିମ ଦିଆଯାଇଥିଲା l ଏହା ସହ ଷ୍ଟାର୍ଟଅପ୍ ଓଡ଼ିଶା ଲଞ୍ଚପ୍ୟାଡ୍ ୨୦୨୫ : ଇନକ୍ୟୁବେଟର ଇଣ୍ଡକ୍ସନ୍ ଏବଂ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ ଅଧୀନରେ ୯ ଟି ନୂତନ ସ୍ୱୀକୃତିପ୍ରାପ୍ତ ଇନକ୍ୟୁବେଟରକୁ ଆନୁଷ୍ଠାନିକ ଭାବରେ ଏହାର ନେଟୱାର୍କରେ ସାମିଲ କରାଯାଇଛି ।

ଏହି ଇନକ୍ୟୁବେଟର ଗୁଡ଼ିକ ହେଉଛନ୍ତି ଆଇ. ଆଇ. ଏମ. ସମ୍ବଲପୁର ଆଇ-ହବ୍ ଫାଉଣ୍ଡେସନ୍, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଷ୍ଟାର୍ଟଅପ୍ ଫୋରମ୍, ଓ. ଏ. ଏସ. ଏମ. ଇ. କାଉନସିଲ୍ ଫର୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି, ଦାସାରୀ ବିକାଶ ଗ୍ରାମୀଣ ଉଦ୍ୟୋଗୀତା ଏବଂ ନବସୃଜନ ଫାଉଣ୍ଡେସନ୍, ସେଞ୍ଚୁରିଆନ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି ଏଣ୍ଟରପ୍ରିନ୍ୟୁରସିପ୍ ଫେସିଲିଟେସନ୍ ସେଣ୍ଟର, ସି. ଭି. ଆର. ସି. ଇ. ଟେକ୍ନୋଲୋଜି ଇନକ୍ୟୁବେଟର ଫାଉଣ୍ଡେସନ୍, କ୍ରୁସିବଲ୍ ଇନୋଭେସନ୍ ଫୋରମ୍, ଏନ. ଆଇ. ଏସ. ଟି. ଇନକ୍ୟୁବେସନ୍ ଫାଉଣ୍ଡେସନ୍, ଏବଂ ଜି ଆଇ ଟି ଏ ଇନକ୍ୟୁବେସନ୍ ଫାଉଣ୍ଡେସନ୍ । ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଏ ଆଇ ସି ଟି-ହବର ସିଇଓ ଶ୍ରୀଯୁକ୍ତ ରାଜେଶ କୁମାର ଆଡଲା, ଯୁଗ୍ମ ସଚିବ, ଶ୍ରୀ କମଲଜିତ ଦାସ, ଓଡ଼ିଶାର ଷ୍ଟାର୍ଟଅପ୍ ନୀତି, ସୁଦକ୍ଷ ମାନବ ସମ୍ବଳ ସୃଷ୍ଟି, ସମନ୍ଵିତ ପ୍ରୟାସ ଓ ଏକ ସମୃଦ୍ଧ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଗଠନପାଇଁ ପାଇଁ ରାଜ୍ୟର ପ୍ରତିବଦ୍ଧତା ବିଷୟରେ ଆଲୋଚନା କରିବା ସହ ଅଂଶଗ୍ରହଣକାରୀମାନଙ୍କୁ ପ୍ରେରିତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking