17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶନର ରାକ୍ଷସମାନେ ଝିଅଟିର ଶରୀରକୁ ସିଗାରେଟରେ..

ନର ରାକ୍ଷସମାନେ ଝିଅଟିର ଶରୀରକୁ ସିଗାରେଟରେ..

ବିହାର: ନିର୍ଭୟା ଘଟଣାର ପୁନରାବୃତ୍ତି। ନର ରାକ୍ଷସମାନେ ଝିଅଟିର ଶରୀରକୁ ସିଗାରେଟରେ ପୋଡ଼ି ତା’ ଆଖିରେ କଞ୍ଚା ଆମ୍ବ ରସ ଢାଳି ବଳାତ୍କାର କରିଛନ୍ତି ଏବଂ ତା ପରେ ଝିଅଟିର ଗଳାକାଟି ହତ୍ୟା କରିଛନ୍ତି। ଏଭଳି ଛାତି ​​ଥରାଇ ଦେଉଥିବା ଘଟଣା ବିହାରର ସୀତାମାଢ଼ି ଜିଲ୍ଲାର ନାନପୁର ଥାନା ଅଞ୍ଚଳର ଚାଟଗୌରାରେ ଘଟିଛି। ଝିଅଟି ଆମ୍ବ ବଗିଚାକୁ ଆମ୍ବ ତୋଳିବା ପାଇଁ ଗଲାବେଳେ ବଗିଚାକୁ ଜଗିଥିବା ଯୁବକ ତାଙ୍କ ମାଲିକଙ୍କୁ ଖବର ଦେଇଥିଲେ। ତା ପରେ ବଗିଚା ମାଲିକଙ୍କ ଭଣଜା ଆଉ ତାଙ୍କର ୪ ସାଙ୍ଗ ଆମ୍ବ ବଗିଚାକୁ ଆସି ସେହି ଝିଅଟିକୁ ମାଡ଼ ମାରି କଞ୍ଚା ଆମ୍ବରୁ ବାହାରୁଥିବା କ୍ଷୀରକୁ ଝିଅଟିର ଆଖିରେ ଢାଳି ଦେଇଥିଲେ।

ସେତିକିରେ ସେମାନଙ୍କ ମନ ବୁଝିଲାନି ଯେ ସୈତାନମାନେ ସିଗାରେଟ୍ ସାହାଯ୍ୟରେ ଝିଅଟିର ଶରୀରକୁ ପୋଡ଼ି ଦେଇଥିଲେ ଏବଂ ଅନ୍ଧାର ହେବା ପରେ, ସମସ୍ତେ ମିଶି ଜଣଙ୍କ ପରେ ଜଣେ ଝିଅଟିକୁ ଗଣବଳାତ୍କାର କରିଥିଲେ। କେବଳ ଏତିକି ନୁହେଁ, କାଳେ ଧରା ପଡିଯିବେ ସେହି ଭୟରେ ଝିଅଟିର ଗଳା କାଟି ତାକୁ ମାରି ଦେଇଥିଲେ ଏବଂ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଝିଅଟିର ଓଢଣିକୁ ବେକରେ ବାନ୍ଧି ଆମ୍ବ ବଗିଚା ଠାରୁ ଦୂରରେ ଥିବା ଏକ ପିପଲ ଗଛରେ ଝୁଲାଇ ଦେଇଥିଲେ। ଯେତେବେଳେ ଝିଅ ଘରକୁ ନଫେରିଲା ପରିବାର ଲୋକେ ତାଙ୍କୁ ଖୋଜିବା ଆରମ୍ଭ କଲେ। ଝିଅର ସାଙ୍ଗମାନେ କହିଲେ ଯେ, ସେ ବଜାରକୁ ଯାଇଥିଲା। ଫେରିବା ସମୟରେ ସେ ଆମ୍ବ ତୋଳିବାକୁ ଗଲା ଏବଂ ଆମେ ସମସ୍ତେ ଘରକୁ ପଳେଇଲୁ। ଏହା ଶୁଣି ପରିବାର ଲୋକ ଆମ୍ବ ବଗିଚା ଆଡକୁ ଯାଇଥିଲେ ଏବଂ ସେମାନଙ୍କ ଝିଅର ମୃତଦେହ ଗଛରେ ଝୁଲୁଥିବା ଦେଖିଥିଲେ।

ପୋଲିସକୁ ଏ ବିଷୟରେ ସୂଚନା ପାଇବା ପରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତର ଆରମ୍ଭରୁ ଅନେକ ଗୁଡିଏ ଲୋକଙ୍କ ପାଦ ଚିହ୍ନ ଦେଖି ପୋଲିସ ଜାଣିପାରିଥିଲା ଯେ, ଏହା ହତ୍ୟା। ଏହା ପରେ, ଯେତେବେଳେ ଆମ୍ବ ବଗିଚା ଜଗିଥିବା ଯୁବକଙ୍କୁ ପୋଲିସ ପଚରାଉଚରା କରିଥିଲା, ସେ ଭୟରେ ପୁରା ଘଟଣା ପୋଲିସ ଆଗରେ କହିଦେଇଥିଲେ। ତା’ପରେ ସେହି ଗାଁର ହର୍ଷବର୍ଦ୍ଧନ କୁମାର ଯାଦବ, ଅଜିତ କୁମାର ରାୟ, ରବି ଯାଦବ, ସତ୍ୟମ ଏବଂ ରଣବୀର କୁମାରଙ୍କୁ ଗିରଫ କରାଯାଇଥିଲା। ପୋଲିସ ସେମାନଙ୍କ ସମସ୍ତଙ୍କର ଡିଏନଏର ନମୁନା ମଧ୍ୟ ସଂଗ୍ରହ କରିଥିଲା। ଘଟଣା ସମ୍ପର୍କରେ ଏସପି ଅମିତ ରଞ୍ଜନ କହିଛନ୍ତି ଯେ,୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି। ମାମଲାର ବିଚାର କରି ଦୋଷୀମାନଙ୍କୁ ଯଥା ଶୀଘ୍ର ଦଣ୍ଡ ଦିଆଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking