16.1 C
Bhubaneswar
Saturday, December 20, 2025
Homeଓଡିଶାମନମୋହନ ସାମଲଙ୍କ ମିଥ୍ୟା ସତ୍ୟପାଠ ସାମ୍ନାକୁ ଆସିଲା: ବିଜେଡି

ମନମୋହନ ସାମଲଙ୍କ ମିଥ୍ୟା ସତ୍ୟପାଠ ସାମ୍ନାକୁ ଆସିଲା: ବିଜେଡି

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରାଜ୍ୟ ବାର କାଉନସିଲ ଓ ନିର୍ବାଚନ କମିଶନଙ୍କୁ ଦେଇଥିବା ଅଲଗା ଅଲଗା ସତ୍ୟପାଠରେ ସେ ଦେଇଥିବା ବିଭିନ୍ନ ମିଥ୍ୟା ତଥ୍ୟକୁ ନେଇ ଆଜି ବିଜୁ ଜନତା ଦଳ ପ୍ରଶ୍ନ ଉଠାଇଛି। ଗୋଟିଏ ରାଷ୍ଟ୍ରୀୟ ଦଳର ସଭାପତି ଭାବରେ କାର୍ଯ୍ୟ କରି ଆସୁଥିବା ଶ୍ରୀ ସାମଲଙ୍କ ମିଛ ସତ୍ୟପାଠ ତାଙ୍କ ନୀତି ଓ ନୈତିକତା ଉପରେ ପ୍ରଶ୍ନ ସୃଷ୍ଟି କରିଛି ବୋଲି ବିଜେଡି କହିଛି। ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ମୁଖପାତ୍ର ଶ୍ରୀ ତୁମ୍ୱନାଥ ପଣ୍ଡା, ବିଜେପି ସଭାପତି ଶ୍ରୀ ମନମୋହନ ସାମଲଙ୍କ ମିଥ୍ୟା ସତ୍ୟପାଠର ଖୁଲାସା କରିଥିଲେ। ୨୦୧୫ ମସିହାରେ, ଶ୍ରୀ ସାମଲ ରାଜ୍ୟ ବାର କାଉନସିଲ ପାଖରେ ଦାଖଲ କରିଥିବା ସତ୍ୟପାଠରେ ସେ ୧୯୮୬ ମସିହାରୁ ସେ ଚାନ୍ଦବାଲି କୋର୍ଟରେ ଓକିଲାତି କରୁଛନ୍ତି ବୋଲି ଦର୍ଶାଇଛନ୍ତି । ଏହି ସତ୍ୟପାଠରେ, ଶ୍ରୀ ସାମଲ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖାଦ୍ୟ ଯୋଗାଣ ଓ ରାଜସ୍ୱ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ବୋଲି ସୂଚନା ଦେଇନଥିଲେ। ସେହିପରି, ୨୦୧୯ ଓ ୨୦୨୪ ସାଧାରଣ ନିର୍ବାଚନରେ, ନିର୍ବାଚନ କମିସନରଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠରେ ଶ୍ରୀ ସାମଲ ଓକିଲାତି କରୁଛନ୍ତି ବୋଲି ଉଲ୍ଲେଖ କରିନାହାନ୍ତି। ଏହି ସତ୍ୟପାଠରେ, ସମାଜସେବା ତାଙ୍କର ପେସା ବୋଲି ଉଲ୍ଲେଖ କରିଛନ୍ତି। ଏ ସମ୍ବନ୍ଧରେ ଏକ ଅଭିଯୋଗ ପାଇଲା ପରେ, ରାଜ୍ୟ ବାର କାଉନସିଲ ଦ୍ୱାରା ଶ୍ରୀ ସାମଲଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହି ୨ ସତ୍ୟପାଠକୁ ନେଇ ଡ଼ ମହାନ୍ତି କହିଛନ୍ତି, ଶ୍ରୀ ସାମଲଙ୍କ ଦ୍ୱାରା ଦାଖଲ କରାଯାଇଥିବା ୨ଟି ଅଲଗା ଅଲଗା ସତ୍ୟପାଠରେ ସେ ତଥ୍ୟ ଲୁଚାଇଛନ୍ତି। ଏହାଛଡା, ଗୋଟିଏ ସତ୍ୟପାଠରେ ଦିଆଯାଇଥିବା ତଥ୍ୟ ଅନ୍ୟ ସତ୍ୟପାଠର ତଥ୍ୟର ବିରୋଧାଭାଷ କରୁଛି। ତେଣୁ, ଜଣେ ବରିଷ୍ଠ ରାଜନେତା ଭାବେ ତାଙ୍କର ଏହି କାର୍ଯ୍ୟ ତାଙ୍କର ନୀତି ଓ ନୈତିକତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି। ଶ୍ରୀ ସାମଲ କାରଣ ଦର୍ଶାଅ ନୋଟିସର ଉତ୍ତର ରଖିବା ସହିତ ଜନସାଧାରଣଙ୍କ ସମ୍ମୁଖରେ ସ୍ପଷ୍ଟୀକରଣ ଦିଅନ୍ତୁ। ଏହି ବେନିୟମ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଡ଼ ମହାନ୍ତି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking