19.1 C
Bhubaneswar
Friday, December 19, 2025
Homeଦେଶ ବିଦେଶପିଓକେକୁ ଆମେ ଫେରାଇ ଆଣିବୁ: ରାଜନାଥ ସିଂ

ପିଓକେକୁ ଆମେ ଫେରାଇ ଆଣିବୁ: ରାଜନାଥ ସିଂ

ନୂଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଭାରତୀୟ ଶିଳ୍ପ ମହାସଂଘ ବାର୍ଷିକ ବ୍ୟବସାୟ ସମ୍ମିଳନୀ- ୨୦୨୫ର ଉଦଘାଟନ କରି ଗୁରୁବାର ଦିନ ଦୃଢୋକ୍ତିର ସହ କହିଛନ୍ତି, ପିଓକେକୁ ଆମେ ଫେରାଇ ଆଣିବୁ । ପିଓକେ ନିଜେ  ଭାରତକୁ ଫେରି ଆସିବ । କହିବ, ମୁଁ ଭାରତ, ମୁଁ ଫେରି ଆସିଛି ।    ଅପରେସନ ସିନ୍ଦୁର ସମୟରେ  ସମଗ୍ର ଦେଶର ଲୋକମାନେ  ଭାରତର ସଫଳତା ଦେଖିଛନ୍ତି  ଆଉ ଅନୁଭବ କରିଛନ୍ତି ।   ଭାରତର ସ୍ୱଦେଶୀ ପ୍ରତିରକ୍ଷା ପ୍ରଣାଳୀ ସେମାନଙ୍କର କ୍ଷମତା ଏବଂ ଶକ୍ତି  ପ୍ରଦର୍ଶନ କରି ସମଗ୍ର ବିଶ୍ୱକୁ ଆଶ୍ଚଯ୍ୟ କରିଥିଲା । ଆମେ କେବଳ  ଯୁଦ୍ଧ ବିମାନ  କିମ୍ବା କ୍ଷେପଣାସ୍ତ୍ର ପ୍ରଣାଳୀ  ନିର୍ମାଣ କରୁନାହୁଁ ।   ଆମେ ପରବର୍ତ୍ତୀ ପିଢିର ପ୍ରଯୁକ୍ତି ବିଦ୍ୟା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛୁ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।  ଆହୁରି କହିଛନ୍ତି,  ପିଓକେର ଲୋକଙ୍କ ଉପରେ ବିଶ୍ୱାସ ଅଛି, ଯେଉଁମାନେ ଭୌଗୋଳିକ, ରାଜନୈତିକ ଦୃଷ୍ଟିରୁ ଆମଠାରୁ ଅଲଗା ହୋଇଯାଇଛନ୍ତି, ସେମାନେ କେବେ ନା କେବେ ଭାରତର ମୁଖ୍ୟସ୍ରୋତକୁ ଫେରି ଆସିବେ।  ପିଓକେର ଲୋକମାନେ ଆମର ନିଜସ୍ୱ। ଆମେ ‘ଏକ ଭାରତ, ମହାନ ଭାରତ’ର ସଂକଳ୍ପ ପ୍ରତି ପ୍ରତିବଦ୍ଧ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking