17.1 C
Bhubaneswar
Thursday, December 18, 2025
Homeଓଡିଶାଚିଠି ପୁଞ୍ଜିଲାଲକୁ ଧରାଇଥିଲା: ଅରୁଣ ବୋଥ୍ରା

ଚିଠି ପୁଞ୍ଜିଲାଲକୁ ଧରାଇଥିଲା: ଅରୁଣ ବୋଥ୍ରା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ପାଟଣାଗଡ଼ ଏଡିଜେ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାରି ଭିତରେ ତତକାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ ମାମଲାରେ କେହି ପ୍ରତ୍ୟକ୍ଷ ସାକ୍ଷୀ ନଥିଲେ । ଯାହା ମାମଲାର ତଦନ୍ତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ଯେଉଁଠି ପ୍ରତ୍ୟକ୍ଷ ସାକ୍ଷୀ ନଥାନ୍ତି ସେଠାରେ ଫୋରେନସିକ ପ୍ରମାଣ ଗୁରୁତ୍ୱପୂର୍ଣ୍ଣ । ପୁଞ୍ଜିଲାଲ ବ୍ୟବହାର କରିଥିଲା ଏନଭଲପ ଓ ଅଠା ପ୍ରମାଣ ଦେଇଥିଲା । ସେହିପରି ବିସ୍ଫୋରକ ବାହାର କରି ଫିଙ୍ଗିଦେଇଥିବା ଖୋଳ ବି ସୁରାକ ଦେଇଥିଲା । ସେ ଯେଉଁ ଡଷ୍ଟବିନରେ ଫିଙ୍ଗିଥିଲା, ତାହା ଲ୍ୟାବରେ ମ୍ୟାଚ କଲା । ସେହିପରି ପୁଞ୍ଜିଲାଲ ଲେଖିଥିବା ଚିଠି ବି ଆମକୁ ବାଟ ଦେଖାଇଥିଲା । ଚିଠିରେ ଲେଖାଥିବା ଭାଷା ଓ ଶୈଳୀ ବହୁ ଉଚ୍ଚକୋଟୀର ଥିଲା । ତେଣୁ ପୁଞ୍ଜିଲାଲକୁ କେହି ସନ୍ଦେହ କରୁନଥିଲେ । ଆଉ ବୋମା ତିଆରି ପାଇଁ ଡେମୋ ଦେଖାଇବା ପର୍ଯ୍ୟନ୍ତ ଆମେ ମନାଇଥିଲୁ । ସେ ଯାହା ବି ହେଉ ମାନ୍ୟବର କୋର୍ଟଙ୍କ ରାୟ ଆମ ପୂରା ଟିମକୁ ଖୁସି କରିଛି ।

ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ ବୋମା’ ରାୟ ଆସିଛି। ୭ ବର୍ଷର ତଦନ୍ତ ଏବଂ ଆଇନଗତ କସରତ ପରେ ପାର୍ସଲ ବୋମା ବିସ୍ଫୋରଣର ରାୟ ଆସିଛି। ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଘଟଣାର ଯବନିକା ପଡ଼ିଛି । ପାଟଣାଗଡ଼ ଏଡିଜି କୋର୍ଟରେ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିସହ କୋର୍ଟ ପୁଞ୍ଜିଲାଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାଛଡ଼ା ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି ।

ଖବର ଅନୁଯାୟୀ, ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ର ନବବିବାହିତ ସୌମ୍ୟ ଶେଖର ଓ ତାଙ୍କ ସ୍ତ୍ରୀ ରୀମା ରାଣି ଏକ ପାର୍ସଲ ଗିଫ୍ଟ ପ୍ୟାକ୍କୁ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେମା ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ମାମଲାର ତଦନ୍ତ ପାଇଁ ତତ୍କାଳୀନ ସରକାର ବରିଷ୍ଠ ପୋଲିସ ଅଧିକାରୀ ଅରୁଣ ବୋଥ୍ରାଙ୍କ ତତ୍ୱାବଧାନରେ ଏକ ଟିମ୍ ଗଠନ କରିଥିଲା । ଟିମ୍ ବିଭିନ୍ନ ଦିଗକୁ ତଦନ୍ତ କରି ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା । ମାମଲାରେ ପ୍ରଥମେ ଜିଲ୍ଲା ପୋଲିସ ଆଉ ପରେ କ୍ରାଇମବ୍ରାଞ୍ଚ ପ୍ରାୟ ୨ ହଜାର ପୃଷ୍ଠାର ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିଥିଲେ । ଏହାସହିତ ୬୩ ଜଣଙ୍କର ସାକ୍ଷ୍ୟଗ୍ରହଣ ହୋଇଥିଲା । ଆଉ ଏବେ ଦୀର୍ଘ ସାତ ବର୍ଷ ପରେ ରାୟ ପ୍ରକାଶ କରିଛନ୍ତି ପାଟଣାଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ମାମଲାରେ ଅଭିଯୁକ୍ତ ଥିବା ପୁଞ୍ଜାଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ମାନ୍ୟବର କୋର୍ଟ ।

୭ ବର୍ଷର ତଦନ୍ତ ଏବଂ ଆଇନଗତ କସରତମଧ୍ୟରେ ୬୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। କ୍ରାଇମ୍ବ୍ରାଞ୍ଚ ୨ ହଜାର ଫର୍ଦ୍ଦର ଚାର୍ଜସିଟ୍ ଦାଖଲ କରିଛି। ତତ୍କାଳୀନ କ୍ରାଇମ୍ବ୍ରାଞ୍ଜ ଏଡିଜି ଅରୁଣ ବୋଥ୍ରା ତଦନ୍ତରେ ସଂପୃକ୍ତ ଥିଲେ। ଏପରିକି ତାଙ୍କ ସାକ୍ଷ୍ୟ ବହୁ ଗୁରୁତ୍ବବହନ କରୁଥିବା କୁହାଯାଉଛି। ଏହି ବିସ୍ଫୋରଣ ପରେ ମାସେ କାଳ ବଲାଙ୍ଗୀର ପୁଲିସ ମାମଲାର ତଦନ୍ତ ଚଳାଇଥିଲା। ପରେ କ୍ରାଇମବ୍ରାଞ୍ଚ ହାତକୁ ମାମଲା ଯାଇଥିଲା। ମାମଲାର ଖୋଳତାଡ଼ର ମାସେ ପରେ କ୍ରାଇମ୍ବ୍ରାଞ୍ଚ ପୁଞ୍ଜିଲାଲକୁ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking