23.1 C
Bhubaneswar
Sunday, March 22, 2026
Homeଓଡିଶାଦଶମ ଫେଲ ନକଲି ଡାକ୍ତର ଗିରଫ

ଦଶମ ଫେଲ ନକଲି ଡାକ୍ତର ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲି ପଞ୍ଚାୟତ ବଡ଼ ଆର୍ଯ୍ୟପଲି ଗାଁରୁ ଜଣେ ଦଶମ ଫେଲ କୁଆକ୍‌ ଡାକ୍ତର ଗିରଫ ହୋଇଛନ୍ତି। ସେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ପ୍ରସନଜିତ ସରକାର। ତାଙ୍କୁ ଆର୍ଯ୍ୟପଲି ସାମୁଦ୍ରିକ ଥାନା ପୋଲିସ ଗିରଫ କରି କ୍ଲିନିକରୁ ବିଭିନ୍ନ ଔଷଧ ଏବଂ ସାମଗ୍ରୀ ଜବତ କରିଛି। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଦୀର୍ଘ ଦେଢ ବର୍ଷ ହେଲା ସେଠାରେ କ୍ଲିନିକ କରି ବିନା ଲାଇସେନ୍ସରେ ଲୋକଙ୍କୁ ଚିକିତ୍ସା କରି ଆସୁଥିଲେ। ସୋମବାର ଗାଁରେ ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏପରିକି ରୋଗ ବ୍ୟାପୁଥିବା ଘଟଣା ପଦାକୁ ଆସିଥିଲା। ଅନ୍ୟପକ୍ଷେ ସାମୁଦ୍ରିକ ଥାନା ପୋଲିସ ଚଢ଼ାଉ କରି ସମ୍ପୃକ୍ତ ନକଲି ଡାକ୍ତରଙ୍କୁ ଗିରଫ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking