14.1 C
Bhubaneswar
Sunday, December 7, 2025
Homeଓଡିଶାହାର୍ଡକୋର ମାଓବାଦୀ ବିଜୟ ପୁନେମର ଆତ୍ମସମର୍ପଣ

ହାର୍ଡକୋର ମାଓବାଦୀ ବିଜୟ ପୁନେମର ଆତ୍ମସମର୍ପଣ

ରାୟଗଡା:  ଜଣେ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।  ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ବିଜୟ ପୁନେମ । ଏହି ମାଓବାଦୀକୁ ଧରାଇଦେବାକୁ  ୪ ଲକ୍ଷର ପୁରସ୍କାର ଘୋଷଣା ହୋଇଥିଲା । ରାୟଗଡା ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ବିଜୟ ପୁନେମ।   ବିଜୟ ପୁନେମଙ୍କ ନାଁରେ   ଅଧିକ ମାମଲା ରହିଛି । ବିଜୟ ପୁନେମ ୨୦୦୯ ମସିହାରେ ସିପିଆଇ ସଂଗଠନରେ ଯୋଗ ଦେଇଥିଲେ ଏବଂ ତାଙ୍କର ପ୍ରାଥମିକ ତାଲିମ ସମାପ୍ତ ହେବା ପରେ ସେ ମୋଡେମ ବାଳକୃଷ୍ଣ ମନୋଜ, ସିସିଏମଙ୍କ ସହିତ   ସୁରକ୍ଷା ଦଳରେ ସାମିଲ ହୋଇଥିଲେ। ୨୦୧୪ ମସିହାରେ ତାଙ୍କୁ ଏସିଏମ ପଦବୀକୁ ପଦୋନ୍ନତି ଦିଆଯାଇଥିଲା। ଏସିଏମ ପଦବୀକୁ ପଦୋନ୍ନତି ପାଇବା ପରେ ସେ ମନୋଜର ଗନମ୍ୟାନ ଭାବରେ କାମ ଜାରି ରଖିଥିଲେ। ୨୦୨୩ ମସିହାରେ ତାଙ୍କୁ ବିଜିଏନ ଡିଭିଜନକୁ ସ୍ଥାନାନ୍ତର କରାଯାଇଥିଲା। ୨୦୨୩ -୨୦୨୪ ସେ ଯାତ୍ରା କରିଥିଲେ   ଏବଂ ଜାନୁଆରୀ ୨୦୨୪ ରୁ ବିଜିଏନ ଡିଭିଜନର ଘୁମସର ଏସିରେ କାମ କରିବା ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking