ଭୁବନେଶ୍ୱର: ସୁଲଭ ମୂଲ୍ୟରେ ଘର ଦେବ ହାଉସିଂବୋର୍ଡ । ଏନେଇ ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ଲୋକେ ଚାହାନ୍ତି ସ୍ମାର୍ଟ ସିଟିରେ ରହିବେ , ସୁବିଧା ପାଇବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ଅନୁଧ୍ୟାନ କରୁଛନ୍ତି । ଟ୍ରାଫିକ ଏରିଆରେ ଓଭରବ୍ରିଜ କରିବାକୁ ଯୋଜନା ଚାଲିଛି । ବେଟର ଭୁବନେଶ୍ୱର ଏବଂ ଗ୍ରେଟର ଭୁବନେଶ୍ୱର କରିବା ଲକ୍ଷ୍ୟ ରଖାଯାଇଛି । ଟିପି ସ୍କିମରେ ସହର ବଢାଇବାକୁ ଯୋଜନା ଚାଲିଛି ।










