18.1 C
Bhubaneswar
Monday, December 22, 2025
Homeଓଡିଶାକଫ୍ ସିରପ ଚୋରି କରି ଏଏସଆଇ ନିଲମ୍ବିତ

କଫ୍ ସିରପ ଚୋରି କରି ଏଏସଆଇ ନିଲମ୍ବିତ

ସମ୍ବଲପୁର: କଫ୍ ସିରପ ଚୋରି କରି ଏଏସଆଇ ନିଲମ୍ବିତ । ନୂତନ ଭାବେ ଏଏସଆଇକୁ  ପଦୋନ୍ନତି ପାଇଥିବା  ସମ୍ବଲପୁର ଟାଉନ ଥାନାର ଏଏସଆଇ ବିଦ୍ୟୁତ ପଣ୍ଡା ନିଲମ୍ବିତ  ।  ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ନିଲମ୍ବନ କରାଯାଇଛି  ।  ମିଳିଥିବା ସୂଚନା ଅନୁସାରେ ନିକଟରେ ଟାଉନ ପୋଲିସ ପ୍ରାୟ ୧୫ ହଜ଼ାର କଫ୍ ସିରପ ଜବତ କରିଥିଲା  । ସେହି କଫ୍ ସିରପ ସବୁ ଥାନା ମାଲଖାନାରେ ରଖା ଯାଇଥିଲା । ଏଏସଆଇ ବିଦ୍ୟୁତ ପଣ୍ଡା  ମାଲ ଖାନାରୁ ଚଞ୍ଚକତା କରି ସେଥିରୁ ଦୁଇ  ପେଟି କଫ୍ ସିରପ ଅନ୍ୟତ୍ର ରଖି ଦେଇଥିଲେ  । ଯାହା ପରବର୍ତ୍ତୀ ସମୟରେ ଅନ୍ୟ ଅଧିକାରୀ ମାନେ ଜାଣିବାକୁ ପାଇଥିଲେ  । ଏହି ଘଟଣା ସମ୍ବଲପୁର ଏସପି ଜାଣିବା ପରେ ବିଦ୍ୟୁତ ପଣ୍ଡାକୁ ନିଲମ୍ବିତ କରିବା ସହ ଦୁଇ ପେଟି କଫ୍ ସିରପ ମଧ୍ୟ ଜବତ କରିଥିଲା  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking