25.1 C
Bhubaneswar
Wednesday, February 11, 2026
Homeଓଡିଶାମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଗଣ ବିକ୍ଷୋଭ

ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଗଣ ବିକ୍ଷୋଭ

ଯାଜପୁର: ଆଜି ମିଳିତ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ୍ ଆହ୍ବାନରେ ଯାଜପୁର ରୋଡ଼ ଠାରେ ଆଇ, ଏନ ଟି, ୟୁ, ସି .ସିଆଇ ଟି ୟୁ . ଏ ଆଇ ୟୁ ଟି ୟୁ ସି ନେତୃତ୍ୱରେ ସ୍ଥାନୀୟ ରେଳ ଷ୍ଟେସନ ଠାରୁ ବର୍ଣ୍ଣାଢ ଶ୍ରମିକ କର୍ମଚାରୀ ମାନଙ୍କର ଏକ ପଟୁଆର ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ପ୍ରଫୁଲ୍ଲ ନାୟକ, ସୁରେଶ ପ୍ରଧାନଙ୍କ ନେତୃତ୍ୱରେ ସହର ପରିକ୍ରମା କରି ଗୋପବନ୍ଧୁ ଛକ ନିକଟରେ ଶ୍ରମିକ ମାନଙ୍କ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଟିତ ହୋଇଥିଲା। କେନ୍ଦ୍ର ସରକାର ଅନ୍ୟାୟ ଭାବେ ୪୪ଗୋଟି ଶ୍ରମ ଆଇନକୁ ସଂଶୋଧନ କରି ୪ଗୋଟି ଶ୍ରମ କୋଡ଼ କରିବା ସର୍ବନିମ୍ନ ମାସିକ ୨୬ହଜାର ଟଙ୍କା ମଜୁରୀ ପ୍ରଦାନ୍ କରିବା, ୧୨ ଘଣ୍ଟା ପରିବର୍ତ୍ତେ ୮ ଘଣ୍ଟା ଶ୍ରମ ନିର୍ଘଣ୍ଟ କରିବା ଓ ଆକାଶ ଛୁଆଁ ଦରଦାମ ବୃଦ୍ଧି କୁ ନିୟନ୍ତ୍ରଣ କରିବା ସହିତ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକୁ ଘରୋଇକରଣ ନ କରିବା ସମେତ ୧୭ଦଫା ଦାବିକୁ ନେଇ ଆଜିର ଏହି ଗଣ ବିକ୍ଷୋଭକୁ ଏକ ଶପଥ ଦିବସ ଭାବେ ପାଳନ କରାଯାଇଥିଲା। ଏହି ସଭାରେ ଆଇ, ଏନ ଟି, ୟୁ, ସି ର ରାଜ୍ୟ ଉପ ସଭାପତି ବିଦ୍ୟାଧର ମହାନ୍ତି ଅଧ୍ୟକ୍ଷତା କରିବା ସହିତ ସିଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ ଏ ଆଇ ୟୁ ଟି ୟୁ ସି ର ଜିଲ୍ଲା ସମ୍ପାଦକ ସୁରେଶ ପ୍ରଧାନ ପ୍ରମୁଖ ଆଜିର ସାଧାରଣ ଧର୍ମଘଟ କୁ ପରିବର୍ତ୍ତନ କରି ଏହା ଆସନ୍ତା ଜୁଲାଇ ୯ରେ ୧୭ଦଫା ଦାବିକୁ ନେଇ ଦେଶ ସାରା ଏହି ଦାବି ଗୁଡ଼ିକ ଉପରେ ଜନ ସଚେତନତା ସୃଷ୍ଟି କରି ଧର୍ମ ଘଟକୁ ବ୍ୟାପକ କରିବାକୁ ନେତାମାନେ ଆହ୍ବାନ ଦେଇଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking