17.1 C
Bhubaneswar
Tuesday, December 9, 2025
Homeଓଡିଶାମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟିନେଲେ ଦୁର୍ବୃତ୍ତ

ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ବର: ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟିନେଲେ ଦୁର୍ବୃତ୍ତ । ବାଇକ୍‌ରେ ଆସି ତିନି ଭରି ଓଜନର ସୁନା ଚେନ ଝାମ୍ପି ନେଇଛନ୍ତି ଲୁଟେରା । ଏନେଇ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନାରେ ଅଭିଯୋଗ ହୋଇଛି ।  ପୁଲିସ ପକ୍ଷରୁ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ ହୋଇଛି । ସୂଚନା ଅନୁସାରେ ନୀଳଗିରି ଏନ୍‌ଏସି ହାଟ ଛକ ନିକଟରେ ୭୦ ବର୍ଷୀୟା ଉମାମଣି ଦାସ ଦାଣ୍ଡ ଓଳାଉଥିବା ସମୟରେ ଦୁଇ ଜଣ ଯୁବକ ବାଇକ୍‌ରେ ଆସି ତାଙ୍କ ବେକରୁ ସୁନା ଚେନ୍‌ ଛିଣ୍ଡାଇ ଶେରଗଡ ଅଭିମୁଖେ ପଳାଇଥିଲେ । ଉମାମଣି ନୀଳଗିରି ଥାନାକୁ ଅବଗତ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ କିଛି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking