18.1 C
Bhubaneswar
Monday, February 9, 2026
Homeଓଡିଶାବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ମିଶିଲେ ବହୁ କର୍ମୀ

ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ମିଶିଲେ ବହୁ କର୍ମୀ

ଯାଜପୁର: କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ବ୍ୟାସନଗର ସ୍ଥିତ ବାସଭବନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୌରପୁର ଗ୍ରାମପଂଚାୟତର ବହୁ ବିଜୁ ଜନତା ଦଳର କର୍ମୀ ଦଳ ଛାଡି ବିଧାୟକ ଶ୍ରୀ ଦାସନାୟକଙ୍କ ନୀତିଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗଦେଲେ । ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ବିଧାୟକ ଯେଉଁ ଦାୟିତ୍ୱ ଦେବେ ତାକୁ ନିଷ୍ଠାର ସହିତ ପାଳନ କରିବେ ବୋଲି ବିଜୁ ଜନତା ଦଳର କର୍ମୀମାନେ କହିଥିଲେ ।

ଗୌରପୁର ଗ୍ରାମପଂଚାୟତ ତୁଳସୀପୁର ଗ୍ରାମର ବିଜୁ ଜନତା ଦଳର କର୍ମୀ ଗଣେଶ୍ୱର ବାରିକ, କାର୍ତିକ ପରିଡା, ନାରାୟଣ ବାରିକ, ଇଚ୍ଛାପୁର ଗ୍ରାମର ଅଚ୍ୟୁତାନନ୍ଦ ଦାସ, ଗୌରପୁର ଗ୍ରାମର ସଞ୍ଜୟ କୁମାର ଜେନା, ସାଧୁ ଚରଣ ଓଝା, ଅନନ୍ତ ଚରଣ ସାହୁ, ପଦ୍ମନାଭ ସାହୁ, ପ୍ରଫୁଲ୍ଲ କୁମାର ପାତ୍ର, ଭାଗିରଥି ସାହୁ, ସୁଶାନ୍ତ କୁମାର ସାହୁ, ହରିଶ୍ଚନ୍ଦ୍ର ସାହୁ, ବିନୋଦ ଚନ୍ଦ୍ର ସାହୁ, ଅଜୟ କୁମାର ସାହୁ, କାର୍ତିକ ଚନ୍ଦ୍ର ଜେନା, ବଳରାମ ସେଠୀ, ବିଷ୍ଣୁ ଚରଣ ରାଉତ, ବିଶ୍ୱନାଥ ଜେନା, ଗୁନ ଜେନା, ହରିହର ଜେନା, ବିମ୍ବା ଜେନା, ସାଧୁ ଜେନା, କୈଳାସ ଜେନା, ଚନ୍ଦ୍ରମଣୀ ଜେନା ପ୍ରମୁଖ କର୍ମୀମାନେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଗୌରପୁର ଗ୍ରାମପଂଚାୟତ ବିଜେପି ଶକ୍ତିକେନ୍ଦ୍ର ପ୍ରମୁଖ ଜନ୍ମେଜୟ ସାହୁ, ସରପଂଚ ସତ୍ୟାନନ୍ଦ ମହାପାତ୍ର, ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦିକା ଇତିଶ୍ରୀ ଜେନା, ବ୍ୟାସଦେବ ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାଶ, ଗୌରପୁର ଗ୍ରାମପଂଚାୟତର ବିଜେପି କର୍ମୀ ପ୍ରଫୁଲ୍ଲ ଜେନା, ସରୋଜ ନାୟକ, ଭରତ ସାହୁ, ନାରାୟଣ କର, ଜଳଧର ସାହୁ, ବିଜୟ ସାହୁ, ନାଏବ ସରପଂଚ ନକୁଳ ପଣ୍ଡା, ଅମୁଲ୍ୟ ପରିଡା, ପ୍ରଦୀପ ସାହୁ, ପ୍ରତାପ ସାହୁ, ତାପସ ଜେନା, ଦନେଇ ଖଟୁଆ, ଅଭିମନ୍ୟୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking