ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି । ପୁଣି କମିଲା ସୁନା ଦର । ମେ’୧୪ ବୁଧବାର ସୁନା ଦର କମିଛି । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୬,୦୬୦ ଟଙ୍କା ରହିଛି । ଗତକାଲି ୯୬,୬୦୦ ଟଙ୍କା ଥିଲା । ଏଥିରେ ୫୪୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୮୮,୦୫୦ ଟଙ୍କା ରହିଛି । ଗତକାଲି ଏହା ୮୮,୫୫୦ ଥିଲା । ଏଥିରେ ୫୦୦ ଟଙ୍କା ହ୍ରାସ ହୋଇଛି । ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୨,୦୪୦ ଟଙ୍କା ରହିଛି । ଗତକାଲି ୭୨,୪୫୦ ଟଙ୍କା ଥିଲା । ଏଥିରେ ୪୧୦ ଟଙ୍କା ହ୍ରାସ ହୋଇଛି । ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୦,୯୦୦ ରହିଛି । ଗତକାଲି ଏହା ୧୦,୯୦୦ ଥିଲା ।










