28.1 C
Bhubaneswar
Tuesday, March 31, 2026
Homeଓଡିଶାଟ୍ରକ୍ ସହ ବାଇକ ଧକ୍କା: ଜଣେ ମୃତ

ଟ୍ରକ୍ ସହ ବାଇକ ଧକ୍କା: ଜଣେ ମୃତ

ଖନ୍ତାପଡ଼ା: ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ନିକଟରେ ଥିବା ଜଗନ୍ନାଥ ପେଟ୍ରୋଲ ପମ୍ପ ସମ୍ମୁଖରେ ଆଜି ସକାଳେ ଏକ ଟ୍ରକ ସହିତ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ନାୟକପଡା ବେଜପାଲି ଗ୍ରାମର ସୌଦାମିନୀ ଲୁହାଙ୍କ ପୁଅ ଧନଞ୍ଜୟ ଅନ୍ୟ ଦୁଇଜଣଙ୍କ ସହ ଏକ ବାଇକରେ ବାଲେଶ୍ୱରକୁ ଯାଉଥିଲେ। ଶେରଗଡ଼ ବିଟ ହାଉସ ଅଧୀନ ଜଗନ୍ନାଥ ପେଟ୍ରୋଲ ପମ୍ପରୁ ତେଲ ପକାଇ ଟାଙ୍କିରୁ ବାହାରୁଥିବା ସମୟରେ ୧୦ ଚକିଆ ଟ୍ରକ   (ଓଆର ୦୧ ଏଚ ୦୩୯୨ )  ଧନଞ୍ଜୟଙ୍କ ସହିତ ଧକ୍କା ହୋଇଥିଲା। ଏହାଫଳରେ ଘଟଣା ସ୍ଥଳରେ ଧନଞ୍ଜୟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିଥିଲେ।

ସ୍ଥାନୀୟ ଲୋକେ ଟ୍ରକଟିକୁ ଅଟକ ରଖିବା ସହିତ ଧନଞ୍ଜୟଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଖବର ପାଇ ଖନ୍ତାପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଧନଞ୍ଜୟ ବାଇକରେ ବସିଥିବା ଆଉ ଦୁଇଜଣ ବ୍ୟକ୍ତି ଗାଡ଼ି ନେଇ ଚମ୍ପଟ ମାରିଥିବା ଜଣା ପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking