19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶପାକିସ୍ତାନ ଉପରେ ପୁଣି ଡ୍ରୋନ ମାଡ

ପାକିସ୍ତାନ ଉପରେ ପୁଣି ଡ୍ରୋନ ମାଡ

ନୂଆଦିଲ୍ଲୀ: ପାକିସ୍ତାନ ଉପରେ  ପୁଣି ଡ୍ରୋନ ମାଡ । ଗୋଟିଏ ପରେ ଗୋଟିଏ ୬ଟି ଡ୍ରୋନ ଆକ୍ରମଣ ହୋଇଛି। ଓକରା କ୍ୟାଣ୍ଟ ଉପରେ ଘନଘନ  ଡ୍ରୋନ ମାଡ ହୋଇଛି ।  ଅନ୍ୟପଟେ, ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପାକିସ୍ତାନର ନିକଟତମ ମିତ୍ର ଚାଇନା ଦ୍ୱାରା ଯୋଗାଣ କରାଯାଇଥିବା ଅତ୍ୟାଧୁନିକ ଡ୍ରୋନ ଏବଂ ଅସ୍ତ୍ରଶସ୍ତ୍ର ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ମାତ୍ର କିଛି ମିନିଟରେ ଧ୍ୱଂସ କରାଯାଇଛି। ଏହି ଘଟଣା ପାକିସ୍ତାନର ସାମରିକ କ୍ଷମତା ଏବଂ ଚାଇନାର ପ୍ରଯୁକ୍ତିବିଦ୍ୟା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ମେ ୮ ଓ ୯ ତାରିଖର ମଧ୍ୟରାତ୍ରୀରେ ପାକିସ୍ତାନ ଚାଇନା ନିର୍ମିତ ଡ୍ରୋନ ଏବଂ ମିସାଇଲ ବ୍ୟବହାର କରି ଜମ୍ମୁ, ପଠାନକୋଟ, ଚଣ୍ଡୀଗଡ଼ ସମେତ ଭାରତର ଉତ୍ତର ଓ ପଶ୍ଚିମାଞ୍ଚଳର ଅନେକ ସାମରିକ ଅଡ୍ଡା ଉପରେ ଆକ୍ରମଣର ଚେଷ୍ଟା କରିଥିଲା। କିନ୍ତୁ ଭାରତର ଅତ୍ୟାଧୁନିକ S-400 ଏୟାର ଡିଫେନ୍ସ ସିଷ୍ଟମ ଏବଂ DRDO ଦ୍ୱାରା ବିକଶିତ ଆନ୍ଟି-ଡ୍ରୋନ ଟେକ୍ନୋଲୋଜି ଏହି ସମସ୍ତ ଡ୍ରୋନ ଏବଂ ମିସାଇଲକୁ ଆକାଶରେ ହିଁ ଧ୍ୱଂସ କରି ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking