34.1 C
Bhubaneswar
Sunday, June 8, 2025
Homeଓଡିଶାଚୋରି ମୋବାଇଲ ବିକ୍ରି ବେଳେ ଚୋରକୁ ଧରିଲା ପୋଲିସ

ଚୋରି ମୋବାଇଲ ବିକ୍ରି ବେଳେ ଚୋରକୁ ଧରିଲା ପୋଲିସ

ଭଦ୍ରକ: ନିୟମିତ ଭାବରେ ବିଭିନ୍ନ ସ୍ଥାନରେ ମୋବାଇଲ ଛିନତାଇ କରୁଥିବା ଜଣେ ଚୋରକୁ ଧରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା ଦହିସାହିର ସଗଲ ସୁନୀଲ । ଅଭିଯୁକ୍ତ ଠାରୁ ୧୯ଟି ସ୍ମାର୍ଟଫୋନ ଜବତ କରିଛି ପୋଲିସ । ସୁନୀଲ ଜଣେ ନିୟମିତ ମୋବାଇଲ ସ୍ନାଚର ହୋଇଥିବା ବେଳେ ଅନେକ ଥାନାରେ ତା ନାଁରେ ମାମଲା ଥିବା ପୋଲିସ ଜାଣିବାକୁ ପାଇଛି । ସୂଚନାଯୋଗ୍ୟ ଯେ, ସୁନୀଲ ଭଦ୍ରକ ବେତଡା ଅଞ୍ଚଳକୁ ଚୋରି ମୋବାଇଲ ବିକିବାକୁ ଆସିଥିବା ପୋଲିସ ବିଶ୍ୱସ୍ତସୂତ୍ରରୁ ଖବର ପାଇବା ପରେ ଚଢ଼ାଓ କରିଥିଲା । ପରେ ସୁନୀଲକୁ ଧରିବା ସହିତ ତା ନିକଟରୁ ଏହି ସବୁ ଚୋରି ମୋବାଇଲ ଜବତ କରିଥିଲା । ମିଳିଥିବା ମୋବାଇଲ ଗୁଡିକର କାଗଜପତ୍ର ସହିତ ପ୍ରମାଣ ଦେଖାଇ ନିଜ ନିଜର ମୋବାଇଲ ନେଇ ପାରିବେ ବୋଲି ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking