15.1 C
Bhubaneswar
Thursday, December 18, 2025
Homeଓଡିଶାଯାଜପୁର ଜିଲ୍ଲାର ସମୀକ୍ଷା ବୈଠକରେ ଯୋଗଦାନ ଦେଲେ ସୁରେଶ ପୂଜାରୀ

ଯାଜପୁର ଜିଲ୍ଲାର ସମୀକ୍ଷା ବୈଠକରେ ଯୋଗଦାନ ଦେଲେ ସୁରେଶ ପୂଜାରୀ

ଯାଜପୁର: ଆଜି ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଯାଜପୁର ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ରାଜସ୍ୱ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ଏହି ବୈଠକରେ ORTPS (ମ୍ୟୁଟେସନ କେସ), ଓ.ଏଲ.ଆର କେସ, ଏନକ୍ରୋଚମେଣ୍ଟ କେସ, ବସୁନ୍ଧରା ଯୋଜନା, ଜନ ଗଣନା, ଭୂ-ଲେଖ, ଜଙ୍ଗଲ ଜମି, ଶିକ୍ଷାନୁଷ୍ଠାନର ଜମି ପଟ୍ଟା ହସ୍ତାନ୍ତର, ଜମି ଅଧିଗ୍ରହଣ, ବିସ୍ଥାପିତଙ୍କ ସମସ୍ୟା, ଇ-ଏମ.ପି.ଆର ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ମ୍ୟୁଟେସନ କେସ ଡିସପୋଜାଲ ସମୟ ସୀମା ମଧ୍ୟରେ ଶେଷ କରିବା, ଓ.ଏଲ.ଆର ଅପଡେଟ କରିବା, ସରକାରୀ ଜମିରୁ ଅନଧିକାର ହଟାଇବା, ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଯୋଗାଇବା ସହ ଜମି ଚିହ୍ନଟ ଦେବା, ଜନଗଣନା ସମୟରେ, ଘରକୁ ଘର ବୁଲି ସର୍ଭେ କରିବା, ଭୂମିହୀନଙ୍କୁ ଚିହ୍ନଟ କରି ବସୁନ୍ଧରା/ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବା, ଜଙ୍ଗଲଜମି ଅଧିକାର ଆଇନରେ ଜନଜାତିଙ୍କୁ ଜମିପଟ୍ଟା ଯୋଗାଇଦେବା ଶିକ୍ଷାନୁଷ୍ଠାନକୁ ଜମିପଟ୍ଟା ଯୋଗାଇବା ସହ ଖେଳପଡିଆ, ପାଇଁ ୨ ଏକର ଜମି ଯୋଗାଇବା, ବିସ୍ଥାପିତଙ୍କୁ ସ୍ଥାନୀୟ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ରେ ପ୍ରାଥମିକତା ଯୋଗାଇଦେବାକୁ ଉପସ୍ଥିତି ତହସିଲଦାର ଓ ରାଜସ୍ବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆଜିର କାମକୁ ଆସନ୍ତା କାଲିକୁ ନରଖିବା ପାଇଁ ପରାମର୍ଶ ଦେଇଥିଲେ। ଜନଗଣନା ସମୟରେ ଘରକୁ ଘର ବୁଲି ଗରିବ ଭୂମିହୀନଙ୍କୁ ଚିହ୍ନଟ କରିବା, ପ୍ରତ୍ୟେକ ମାସରେ ବି.ଡି.ଓ, ତହସିଲଦାର ବୈଠକ କରି ବସୁନ୍ଧରା ଯୋଜନାରେ ଘର ଯୋଗାଇବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଉପସ୍ଥିତ ରହି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଜିଲ୍ଲାର ରାଜସ୍ୱ ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ବୈଠକରେ ସମବାୟ, ବୟନଶିଳ୍ପ, ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ,ଯାଜପୁର ସାଂସଦ ଡା. ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ,ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ଡି.ଏସ.ଆର, ଲାଇନ୍ ବିଭାଗ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରେ ମନ୍ତ୍ରୀ ଶ୍ରୀ ପୂଜାରୀ ଧର୍ମଶାଳା ଓ ବଡ଼ଚଣା ଅଞ୍ଚଳ ଗସ୍ତ କରି ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟ ପରିଦର୍ଶନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking