17.1 C
Bhubaneswar
Tuesday, December 16, 2025
Homeଓଡିଶା୧୦ ବର୍ଷର ଦନ୍ତାହାତୀ ମୃତ

୧୦ ବର୍ଷର ଦନ୍ତାହାତୀ ମୃତ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳର ଶାଳଚୁଆ ନିକଟରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ଏସିଏଫ ମଦନମୋହନ ମହାନ୍ତ, ରେଞ୍ଜର ରବିନ୍ଦ୍ର ମହାନ୍ତ ସମେତ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତରେ ହାତୀ ମୃତ୍ୟୁ କାରଣ ଅସ୍ପଷ୍ଟ ଥିବା ବେଳେ ହାତୀର ବୟସ ପାଖାପାଖି ୧୦ ବର୍ଷ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ହାତୀଟିର ମୃତ୍ୟୁ କେଉଁ କାରଣରୁ ଘଟିଛି, ସେନେଇ ଅଧିକ ତଦନ୍ତ ପାଇଁ ମେଡ଼ିକାଲ ଟିମ ପହଞ୍ଚିବା ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।

ସୂଚନାନୁଯାୟୀ, ଆଜି ସକାଳ ୭ ଘଟିକା ସମୟରେ ଶାଳଚୁଆ ଗ୍ରାମ ଜଙ୍ଗଲ ନିକଟରେ ଥିବା ଏକ ପୋଖରୀରେ ଦନ୍ତାହାତୀଟି ଗାଧୋଇବା ପରେ ନିକଟ ଜଙ୍ଗଲକୁ ଯାଇଥିଲା। କିଛି ସମୟ ପରେ ହାତୀ ମୃତ ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ସୂଚନା ଦେଇଥିଲେ। ତେବେ ଘଟଣାସ୍ଥଳରେ ସ୍ଥାନୀୟ ରେଞ୍ଜର ରବୀନ୍ଦ୍ର ମହାନ୍ତ ପହଞ୍ଚି ହାତୀଟି ମୃତ୍ୟୁ ବରଣ କରିଥିବା ଜାଣି ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କୁ ଖବର ଦେଇଥିଲେ। ଖବର ପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ସମେତ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking