17.1 C
Bhubaneswar
Sunday, December 21, 2025
Homeଓଡିଶାହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ସୋନାଲି

ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ସୋନାଲି

ଭୁବନେଶ୍ୱର: ସ୍ଵାମୀଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା। କିଛି ଦିନ ତଳେ ତୁଳସୀ ଗଣନାଟ୍ୟ ଯାତ୍ରା ପାର୍ଟି ମାଲିକ ପତ୍ନୀ ସୋନାଲିଙ୍କୁ ଫସାଇ ପାଖରେ ରଖିଥିବା ଅଭିଯୋଗ କରିଥିଲେ ସ୍ଵାମୀ ତଥା ଯାତ୍ରା କଳାକାର ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର। ଏହାକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା। ଏବେ ନିଜ ବିରୋଧରେ ହୋଇଥିବା ଅଭିଯୋଗ ଏବଂ ନିଜକୁ ତାଙ୍କ ସ୍ଵାମୀ ବୋଲି ଦାବି କରୁଥିବା ଶ୍ରୀକ୍ଷେତ୍ରଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ସୋନାଲି।

ସୋନାଲିଙ୍କ ଅଭିଯୋଗ ଅନୁସାରେ, ସେ ନାବାଳିକା ଥିବା ସମୟରେ ଶ୍ରୀକ୍ଷେତ୍ର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ସେହି ସମୟରେ ସେ ଏକ ସନ୍ତାନର ମାଆ ମଧ୍ୟ ହୋଇଥିଲେ। ଗତ ୧୦ ବର୍ଷ ହେଲା ଶ୍ରୀକ୍ଷେତ୍ରଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ଏବଂ ସେ ଅଲଗା ରହୁଛନ୍ତି। ଶ୍ରୀକ୍ଷେତ୍ର ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ସୋନାଲିଙ୍କ ଅଭିଯୋଗ ଆଧାରରେ ଶ୍ରୀକ୍ଷେତ୍ରଙ୍କ ବିରୋଧରେ ଧାରା ୩୭୬ ଓ ପୋକ୍ସୋ ଆଇନ ଅଧୀନରେ ମକଦ୍ଦମା ରୁଜୁ ହୋଇଥିବା ସୋନାଲିଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking