21.1 C
Bhubaneswar
Friday, December 19, 2025
Homeଓଡିଶାହାତୀ ଆକ୍ରମଣରେ ଜଣେ ମୃତ

ହାତୀ ଆକ୍ରମଣରେ ଜଣେ ମୃତ

ମୟୁରଭଞ୍ଜ: ହାତୀ ବିଚରଣ ସ୍ଥାନୀୟ ଅଞ୍ଚଳରେ ଗୋରୁ ଛେଳି ଭଳି ପରିସ୍ଥିତି ସୃଷ୍ଟି କରିଛି। ତେବେ ଗୋରୁ ଛେଳି ଯେତିକି କ୍ଷତି ନ ହେଉଛି ହାତୀପଲ ତାଠାରୁ ଅଧିକ କ୍ଷତି କରୁଛନ୍ତି । ଯାହା ଛୋଟ ବଡ଼ ଚାଷୀଙ୍କ ଆଖିରୁ ନିଦ ହଜାଇ ଦେଉଛି । ହାତୀ ଯେତେ ନ ଖାଉଛି ମାଡ଼ିଦଳି ଅଧିକ ନଷ୍ଟ କରୁଛି । ପୁଣି ଘଉଡାଇବା ପାଇଁ ଚେଷ୍ଟା କରି କେତେବେଳେ ହାତୀ ଆକ୍ରମଣରେ ଜୀବନ ଯିବା ଭଳି ଘଟଣା ସାମ୍ନାକୁ ଆସୁଛି। ଯାହା ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଗାଁ ଅମରଦାରେ ଦେଖିବାକୁ ମିଳିଛି।ଏଠାରେ ଡେରା ପକାଇଥିବା ୨୩ ଟିକିଆ ହାତୀପଲ ରଚୁଛି ତାଣ୍ଡବ ଲୀଳା । ରାସଗୋବିନ୍ଦପୁର ବ୍ଲକ ପୁର୍ଣ୍ଣଚନ୍ଦ୍ରପୁର ଅଞ୍ଚଳରେ ବ୍ୟାପକ ପାଚିଲା ଧାନ ନଷ୍ଟ କରୁଥିବା ବେଳେ କାଲି ରାତିପ୍ରାୟ ସାଢ଼େ ନଅଟା ପରେ ହାତୀ ଧାନ ବିଲକୁ ପଶି ଆସି ଧାନ ଖାଉଥିବାରୁ କିଛି ଚାଷୀ ହାତୀକୁ ଘୋଡାଇବାକୁ ଚେଷ୍ଟା କରୁଥିବା ବେଳେ ଏକ ଦନ୍ତାହାତୀ ଆକ୍ରମଣରେ ପୁର୍ଣ୍ଣଚନ୍ଦ୍ରପୁର ଗ୍ରାମର ହେମନ୍ତ ଜେନା (କୁନୁ) ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ବନବିଭାଗର କର୍ମଚାରୀମାନଙ୍କ ସହିତ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଅମରଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । କିନ୍ତୁ ସେତେବେଳକୁ ହେମନ୍ତ ଜେନାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ଏହି ରେଞ୍ଜ ଅଧିନ ମୋରଡା ବ୍ଲକର ଖୁଣ୍ଟାପାଳ ଗ୍ରାମ ନିକଟରେ ୭୦ଟିକିଆ ହାତୀପଲ ଡେରା ପକାଇଥିବା ବେଳେ ବନବିଭାଗ କର୍ମଚାରୀମାନେ ଘୋଉଡାଇବା ପାଇଁ ଚେଷ୍ଟା କରୁଥିବା ଜଣାପଡିଛି । ତେବେ ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ସହିତ ଚାଷ ଜମିର କ୍ଷତି ଆକଳନ କରି ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking