24.1 C
Bhubaneswar
Friday, March 6, 2026
Homeଓଡିଶାଜବର ଦଖଲ ଉଚ୍ଛେଦକୁ ନେଇ ପିପିଲିରେ ବିବାଦ

ଜବର ଦଖଲ ଉଚ୍ଛେଦକୁ ନେଇ ପିପିଲିରେ ବିବାଦ

ପିପିଲି: ଜବର ଦଖଲ ଉଚ୍ଛେଦକୁ ନେଇ ପିପିଲି ରେ ଦେଖା ଦେଇଛି ବିବାଦ । ମାନବଧିକାର କମିଶନଙ୍କ ରହିତାଦେଶକୁ ମାନିଲା ନାହିଁ ସ୍ଥାନୀୟ ପ୍ରଶାସନ । ସାମ୍ୱାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଲେ ପୂର୍ବତନ ସମିତି ସଭ୍ୟ ସରୋଜ ପ୍ରଧାନ । ସ୍ଥାନୀୟ ବିଧାୟକଙ୍କ ଚାପରେ ସରକାରୀ ଅଧିକାରୀ ମାନେ ମନମୁଖୀ କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି ସରୋଜ୍ । ଅଭିଯୋଗ ଅନୁସାରେ ପିପିଲି ତହସିଲ ଅଧୀନ ଗାଁପଡା ମୌଜା ଖାତା ନମ୍ବର ୧୦୯, ପ୍ଲଟ ୧୦୨ ,ଉପରେ ଥିବା ଘର ଉକ୍ତ ଜମି ରୁ ଅବରୋଧ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ଉକ୍ତ ଘର କୁ ଉଚ୍ଛେଦ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା ବେଳେ ଅଭିଯୋଗ କାରୀ ସରୋଜ କୁମାର ପ୍ରଧାନ ଏ ନେଇ ମାନବଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । ମାନବଧିକାର କମିଶନ ବିଚାର କରି ଉଛେଦ ପ୍ରକିୟା ଉପରେ ରହିତାଦେଶ ଜାରି କରିବା ସହିତ ଏହାର ପରବର୍ତ୍ତୀ ଶୁଣାଣି ମେ ୩୦ କୁ ଧାର୍ଯ୍ୟ କରିଥିଲେ । ମାତ୍ର କମିଶନ ରହିତାଦେଶ ଜାରି କରିବା ସତ୍ତ୍ୱେ ଜାଣି ଶୁଣି ପ୍ରଶାସନ କମିଶନ ଙ୍କ ନିର୍ଦ୍ଦେଶ କୁ ବେଖାତିର କରି ଉଛେଦ କରିଛନ୍ତି ବୋଲି ସରୋଜ୍ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking