16.1 C
Bhubaneswar
Sunday, December 7, 2025
Homeଓଡିଶାଓଡ଼ିଆ ସ୍ୱାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁବାବୁଙ୍କୁ ବିଜେଡିର ବିନମ୍ର ଶ୍ରଦ୍ଧାଞ୍ଜଳି

ଓଡ଼ିଆ ସ୍ୱାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁବାବୁଙ୍କୁ ବିଜେଡିର ବିନମ୍ର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଆଜି ବିଜୁ ଜନତା ଦଳ ତରଫରୁ ଦଳର ବରିଷ୍ଠ ନେତାମାନଙ୍କ ଦ୍ୱାରା ରାଜଭବନ ସମ୍ମୁଖରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ସକାଳ ୯ ଘଟିକା ସମୟରେ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ସ୍ୱାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଉପସ୍ଥିତ ନେତୃମଣ୍ଡଳୀ ମାଲ୍ୟାର୍ପଣ କରିଥିଲେ । ଉପସ୍ଥିତ ନେତୃମଣ୍ଡଳୀ ଓ ଦଳୀୟକ ର୍ମୀମାନଙ୍କ ଦ୍ୱାରା ମଧୁବାବୁ ଅମର ରହେ ନାରାରେ ସେହି ଅଞ୍ଚଳ ପ୍ରକମ୍ପିତହୋଇଥିଲା । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମଧୁବାବୁ ଥିଲେ ମୁଖ୍ୟ ପୁରୋଧା । ଓଡ଼ିଆ ସ୍ୱାଭିମାନର ପ୍ରତୀକ ମଧୁବାବୁ ଓଡ଼ିଆ ଜାତିର ଚିର ନମସ୍ୟ ବୋଲି ବକ୍ତାମାନେ କହିଥିଲେ । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତାମାନେ ଯଥା ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀସୁଶାନ୍ତ ରାଉତ, ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବରିଷ୍ଠ ଗଣମାଧ୍ୟମ ସଂଯୋଜକଶ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ତଥା ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ଶ୍ରୀସଞ୍ଜୟ ଦାସବର୍ମା, ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି, ଦଳର ମୁଖପାତ୍ର ଡ଼ ଲେଖା ଶ୍ରୀ ସାମନ୍ତ ସିଂହାର, ଡେପୁଟି ମେୟର ମଞ୍ଜୁଲତାକହଁର, ଦଳର ଅନେକ କର୍ପୋରେଟର ଓ ଅନ୍ୟ ନେତାମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking