20.1 C
Bhubaneswar
Tuesday, February 10, 2026
Homeଓଡିଶାଡିଷ୍ଟ୍ରିକ୍ଟ ଲୟର୍ସ ଆସୋସିଏସନର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ପାଠ

ଡିଷ୍ଟ୍ରିକ୍ଟ ଲୟର୍ସ ଆସୋସିଏସନର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ପାଠ

ଯାଜପୁର: ଯାଜପୁର ଜିଲ୍ଲା ଜଜ୍‌କୋର୍ଟରେ ଗତ ୨୯ ତାରିଖରେ ୩ଟି ବାର୍ ର ନିର୍ବାଚନ ଶେଷ ହୋଇଥିବା ବେଳେ ଯାଜପୁର ମିଶନ ଶକ୍ତି ସଭାଗୃହରେ ଡିଷ୍ଟ୍ରିକ୍ଟ ଲୟର୍ସ ଆସୋସିଏସନ୍ ର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ଭାବେ ପ୍ରତାପ କୁମାର ରାୟ, ଉପସଭାପତି ଦିବାକର ମହାନ୍ତି, ସଂପାଦକ ମାନଗୋବିନ୍ଦ ଧଳ, ସହ ସଂପାଦକ ସରୋଜ କୁମାର ସ୍ୱାଇଁ, କାର୍ଯ୍ୟକାରୀ କମିଟିର ସଭ୍ୟ ଭାବେ ସଂଜିବ ଘୋଷ ନାୟକ, ବର୍ଷା ମହାନ୍ତି, ହୃଦାନନ୍ଦ ଦଳାଇ ପ୍ରମୁଖଙ୍କୁ ନିର୍ବାଚନ ଅଧିକାରୀ ଶପଥପାଠ କରାଇଥିଲେ । ଏହି ଉତ୍ସବ ରେ ରାଜ୍ୟ ଆଇନଜୀବି ପରିଷଦ ର ଉପାଧକ୍ଷ ରାଜୀବ ମହାନ୍ତି, ବରିଷ୍ଠ ଆଇନଜୀବି ପ୍ରବୀର କୁମାର ରାୟ, ଅନନ୍ତ ବାସୁଦେବ ମିଶ୍ର, ଅଶ୍ୱିନୀ କୁମାର ନାୟକଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ନବ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ପୁଷ୍ପଗୁଛ ଦେଇ ସ୍ଵାଗତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking