23.1 C
Bhubaneswar
Sunday, February 8, 2026
Homeଓଡିଶାଆଜିଠୁ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ

ଆଜିଠୁ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଆଜିଠୁ ୨ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ହେଲିକପଟର ଯୋଗେ ଆସି ସକାଳ ୯.୩୦ ମିନିଟ ସମୟରେ ରିଜର୍ଭ ପୋଲିସ ଗ୍ରାଉଣ୍ଡ ରେ ପହଞ୍ଚିବେ। ଦିନ ୧୦ଟା ସମୟରେ ହ୍ୟାଣ୍ଡବଲ ଷ୍ଟାଡିୟମ ଯାଇ ସେଠାରେ ଚାଲିଥିବା ୩୯ ତମ ସବ୍ ଜୁନିୟର ବଏଜ ହ୍ୟାଣ୍ଡବଲ ଚମ୍ପିୟାନସିପ ରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ଓ ଏହାପରେ ୧୦.୪୦ ମିନିଟ ସମୟରେ କାଳୀ ପଡିଆ ଠାରେ ଆୟୋଜିତ ରାଜ୍ୟ ସନାତନ ଧର୍ମ ସମ୍ମିଳନୀ ଏବଂ ୧୧୪ କୁଣ୍ଡୀୟ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ତ୍ରୀଶକ୍ତି ମହାଯଜ୍ଞ ରେ ଯୋଗ ଦେବେ ।

୧୧ଟା ୫ ମିନିଟ ସମୟରେ ବୀରକିଶୋରପୁର ସ୍ଥିତ ମଣ୍ଡଳପାଟ ନୋଡାଲ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ରେ ଯୋଗ ଦେବେ । ଅପରାହ୍ନ ୪ ଟା ସମୟରେ ଝୁମ୍ପୁରା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୭ ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ । ଏହା ପରେ ସେଠାରୁ ଯାଇ ସଂଧ୍ୟା ୬.୩୦ ମିନିଟ ସମୟରେ ମରସୁଆଁ ଗ୍ରାମ ପଞ୍ଚାୟତ ଖେଳ ପଡିଆ ଠାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଯୋଗ ଦେବେ । ଶୁକ୍ରବାର ଭୁବନେଶ୍ୱର ଫେରିବାର କାର୍ୟ୍ୟକ୍ରମ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking