33.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶପରଲୋକରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନୋଜ କୁମାର

ପରଲୋକରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନୋଜ କୁମାର

ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ମନୋଜ କୁମାର ଆଉ ନାହାନ୍ତି। ଶୁକ୍ରବାର ସକାଳ ସାଢ଼େ ୪ଟା ସମୟରେ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ୮୭ ବର୍ଷ ବୟସରେ କିମ୍ବଦନ୍ତୀ ଅଭିନେତା ଏବଂ ନିର୍ଦ୍ଦେଶକ ମନୋଜ କୁମାରଙ୍କ ପରଲୋକ ଘଟିଛି। ବଲିଉଡର ଏହି ବରିଷ୍ଠ ବ୍ୟକ୍ତି ବିଶେଷ ଭାବରେ ତାଙ୍କର ଦେଶାତ୍ମବୋଧକ ଚଳଚ୍ଚିତ୍ର ଏବଂ ‘ଭାରତ କୁମାର’ ଉପନାମ ପାଇଁ ଚର୍ଚ୍ଚିତ ଥିଲେ। ହରିକିଷନ୍ ଗୋସ୍ୱାମୀ ଓରଫ ମନୋଜ କୁମାର ୧୯୩୭ ଜୁଲାଇ ୨୪ ତାରିଖରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ମନୋଜ କୁମାର ହିନ୍ଦୀ ସିନେମାରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିଥିଲେ। ସହିଦ, ଉପକାର ଏବଂ ରଙ୍ଗ ଦେ ବସନ୍ତୀ ଭଳି ଚଳଚ୍ଚିତ୍ରରେ ତାଙ୍କର ପ୍ରତୀକାତ୍ମକ ଭୂମିକା ଭାରତୀୟ ଜନସାଧାରଣଙ୍କ ଦେଶପ୍ରେମ ଭାବନା ସହିତ ଗଭୀର ଭାବରେ ପ୍ରତିଧ୍ୱନିତ ହୋଇଥିଲା। ମନୋଜ କୁମାର ଶହୀଦ୍, ପୂରବ୍ ଔର୍ ପଶ୍ଚିମ, ମେରା ନାମ ଜୋକର୍, ହିମାଲୟକି ଗୋଦ୍ ମେ, ଗୁମନାମ୍, ଉପକାର, ରୋଟି କପଡ଼ା ଔର୍ ମକାନ୍, କ୍ରାନ୍ତି, ଶୋର୍, ପଥର କେ ସନମ୍, ବେଇମାନ୍, ଶୋର୍, କଲୟୁଗ ଔର୍ ରାମାୟଣ ଏବଂ ଜୟହିନ୍ଦ୍ ଆଦି ସିନେମା ଲାଗି ସ୍ମରଣୀୟ ହୋଇରହିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking