24.1 C
Bhubaneswar
Friday, February 6, 2026
Homeଓଡିଶାତିନିକୋଶିଆ ଜଙ୍ଗଲରୁ ବୃଦ୍ଧଙ୍କ ଝୁଲନ୍ତା ଶବ ଉଦ୍ଧାର

ତିନିକୋଶିଆ ଜଙ୍ଗଲରୁ ବୃଦ୍ଧଙ୍କ ଝୁଲନ୍ତା ଶବ ଉଦ୍ଧାର

ବାଲେଶ୍ୱର: ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ନୀଳଗିରି ଥାନା ଅଧୀନ ସଜନାଗଡ ସ୍ଥିତ ତିନିକୋଶିଆ ଜଙ୍ଗଲରେ ମିଳିଛି ବୃଦ୍ଧଙ୍କ ଝୁଲନ୍ତା ଶବ। ମୃତ ବୃଦ୍ଧ ଜାମୁଡିହା ପଞ୍ଚାୟତ ବେଢାସାହି ଗ୍ରାମର ଦାସ ମାଝୀ ବୋଲି ଜଣାପଡ଼ିଛି। ସକାଳେ ମହୁଲ ଗୋଟାଇବାକୁ ଆସିଥିବା ସମୟରେ ମହିଳାମାନେ ଏହି ଶବଟିକୁ ଝୁଲନ୍ତା ଅବସ୍ଥାରେ ଦେଖି ଚିହ୍ନଟ କରିବା ସହ ପରିବାର ଲୋକଙ୍କୁ ଅବଗତ କରିଥିଲେ।ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ସହ ଶବକୁ ଚିହ୍ନଟ କରିଥିଲେ ତାଙ୍କୁ କେହି ମାରି ଏଠାରେ ଝୁଲେଇଥିବା ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକେ ନୀଳଗିରି ପୁଲିସକୁ ଅବଗତ କରିବା ପରେ ଘଟଣା ସ୍ଥଳରେ ନୀଳଗିରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking