19.1 C
Bhubaneswar
Wednesday, February 11, 2026
Homeଓଡିଶାମରୁଭୂମି ପାଲଟି ଗଲାଣି ମହାନଦୀ

ମରୁଭୂମି ପାଲଟି ଗଲାଣି ମହାନଦୀ

ଭୁବନେଶ୍ବର: ଲଗାତାର କମୁଛି ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା। ଛତିଶଗଡର ମନମୁଖୀ ପାଇଁ ମରୁଭୂମି ପାଲଟି ଗଲାଣି ଓଡ଼ିଶାର ଜୀବନ ରେଖା ମହାନଦୀ।  ହୀରାକୁଦ ଜଳଭଣ୍ଡାରକୁ ମାତ୍ର ୬୮୬ ଘନଫୁଟ ଜଳ ପ୍ରବେଶ କରୁଛି। ବର୍ତ୍ତମାନ ହୀରାକୁଦ ପାଇଁ ୧୦ ହଜାର ଘନଫୁଟ ଜଳ ଆବଶ୍ୟକ ଥିବାବେଳେ ମାତ୍ର ୫୦୦ ରୁ ୬୦୦ ଘନଫୁଟ ପାଣି ଆସୁଛି। ଯାହାକୁ ନେଇ ଚିନ୍ତାରେ ନଈ କୂଳିଆ। ସେପଟେ ବର୍ତ୍ତମାନ ଚାଷ କାମ ପାଇଁ ୪୫୦୦ ଘନଫୁଟ ଓ  ବିଦ୍ୟୁତ୍ ଉତ୍ପାଦନ ପାଇଁ ୫୦୦୦ ଘନଫୁଟ ଆବଶ୍ୟକ ରହିଛି। ଏହି ପରିସ୍ଥିତିରେ ଛତିଶଗଡ କାହିଁକି ପାଣି ଛାଡୁନି ବୋଲି ସବୁଠି ଚର୍ଚ୍ଚା ହେଲାଣି। ସବୁଠାରୁ ବଡ଼କଥା ହେଲା ମହାନଦୀ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ପରେ ମଧ୍ୟ ପାଣି ଛାଡୁନି ଛତିଶଗଡ଼। କିନ୍ତୁ କାହିଁକି ରାଜ୍ୟ ସରକାର ଚୁପ୍ ବୋଲି ଲୋକେ ପ୍ରଶ୍ନ କଲେଣି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking