25.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଦ୍ରୁତ ବେଗରେ ତରଳିଯାଉଛି ଆଣ୍ଟାର୍କଟିକାର ବରଫ ଖଣ୍ଡ

ଦ୍ରୁତ ବେଗରେ ତରଳିଯାଉଛି ଆଣ୍ଟାର୍କଟିକାର ବରଫ ଖଣ୍ଡ

ବ୍ୟୁରୋ: ଆଣ୍ଟାର୍କଟିକାରେ ବରଫ ତରଳିବା ଯୋଗୁଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସମୁଦ୍ର ସ୍ରୋତର ଗତି ହ୍ରାସ ପାଇପାରେ । ଯାହାକି ଏକ ନୂତନ ଅଧ୍ୟୟନରେ ଦାବି କରାଯାଇଛି । ଆଣ୍ଟାର୍କଟିକାର ବରଫ ତରଳିଯିବା ଏବଂ ସେଥିରେ ମଧୁର ପାଣି ଭର୍ତ୍ତି ହେବା ଯୋଗୁଁ ହୋଇପାରେ ବୋଲି ଆକଳନ କରାଯାଉଛି । ସୋମବାର ୩ ମାର୍ଚ୍ଚ ୨୦୨୫ରେ ପରିବେଶ ଗବେଷଣା ଲେଟର୍ସ ପତ୍ରିକାରେ ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା । ଅନେକ ଦିନର ଅଧ୍ୟୟନ ପରେ ଏଠାରେ ଫଳାଫଳ ଦାବି କରାଯାଇଛି । ଜଣାପଡିଛି କି ଆଣ୍ଟାର୍କଟିକାର ବରଫ ତରଳିବା ଦ୍ୱାରା ଆଣ୍ଟାର୍କଟିକା ସର୍କମ୍ପୋଲାର କରେଣ୍ଟ ନାମକ ସମୁଦ୍ର ସ୍ରୋତରେ ପ୍ରଚୁର ପରିମାଣର ମଧୁର ଜଳ ଭରିଯିବ । ବୈଜ୍ଞାନିକମାନେ ଅଷ୍ଟ୍ରେଲିଆର ସବୁଠାରୁ ଶକ୍ତିଶାଳୀ ସୁପର କମ୍ପ୍ୟୁଟର ମଧ୍ୟରୁ ଗୋଟିଏ ବ୍ୟବହାର କରି ବରଫ ତରଳିବା ଦ୍ୱାରା ସ୍ରୋତ ଉପରେ କଣ ଓ କିପରି ପ୍ରଭାବ ପଡ଼ିପାରେ ତାହା ଅଧ୍ୟୟନ କରିଥିଲେ । ଏହି ସ୍ରୋତ ବିଶ୍ୱ ଜଳବାୟୁ ପ୍ରଣାଳୀରେ ଏକ ବଡ଼ ଭୂମିକା ଗ୍ରହଣ କରେ ।

ବୈଜ୍ଞାନିକମାନେ ଅନୁଭବ କରିଲେ ଯଦି ଆଗାମୀ ୨୫ ବର୍ଷ ମଧ୍ୟରେ ଜୀବାଶ୍ମ ଇନ୍ଧନର ଉତ୍ସ ବଢିଲେ ଏହି ସ୍ରୋତର ଗତି ପ୍ରାୟ ୨୦ପ୍ରତିଶତ କମିଯିବା ଫଳରେ ଏହାର ବାତାବରଣ ଉପରେ ଗମ୍ଭୀର ପ୍ରଭାବ ପଡିବ । ଗବେଷଣାରେ ସାମିଲ ଥିବା ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ବିଶାକଦତ୍ତ ଗାୟେନ୍ କହିଛନ୍ତି ଯେ ଯଦି ତରଳିଥିବା ବରଫ ଚାଦର ପ୍ରଚୁର ପରିମାଣରେ ମଧୁର ପାଣି ସ୍ରୋତରେ ମିଶିଯିବ ତେବେ ଏହା ସମୁଦ୍ର ପାଣିରେ ଅସ୍ଥିରତା ସୃଷ୍ଟି କରିବ । ଯାହା ଥଣ୍ଡା ପାଣିରେ ଚାଲିଲେ ଅସୁବିଧା ହୋଇଥାଏ । ଥଣ୍ଡା ପାଣି ବାୟୁମଣ୍ଡଳରୁ ଅଧିକ ପରିମାଣରେ ତାପ ଶୋଷଣ କରିବ । ଯାହା ଫଳରେ ଆକ୍ରମଣକାରୀ ପ୍ରଜାତିମାନଙ୍କୁ ମହାଦେଶର କୂଳରେ ଆସିବାରୁ ବାଧା ଦେଉଥିବା ସ୍ରୋତଗୁଡ଼ିକ ସକ୍ଷମ ହୋଇପାରିବ ନାହିଁ । ସ୍ରୋତ ଧୀର ହେବା ସହିତ ଶୈବାଳ ଏବଂ ମୋଲସ୍କଗୁଡ଼ିକୁ ଆଣ୍ଟାର୍କଟିକାରେ ଅତି ସହଜରେ ଆଣ୍ଟାକାଟିକାରେ ବସି ପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking