ନୂଆଦିଲ୍ଲୀ : ଭାରତ-ବାଂଲାଦେଶ ସୀମାରେ ସୁନା ଚୋରା ଚାଲାଣ ରୋକିବା ପାଇଁ ସୀମା ସୁରକ୍ଷାବଳର ଅଭିଯାନ ଜାରି ରଖିଛି । ଏହି ପ୍ରସଙ୍ଗରେ, ପଶ୍ଚିମବଙ୍ଗର ଆଇସିବିପି ପେଟ୍ରାପୋଲ ସୀମାରେ ୧୪୫ ବାଟାଲିଅନର ଯବାନମାନେ ୪୯ ଲକ୍ଷ ଟଙ୍କା ମୂଲ୍ୟର ସୁନା ଚୋରା ଚାଲାଣର ଉଦ୍ୟମକୁ ବିଫଳ କରିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ଶରୀର ଭିତରେ ୫୬୪.୪୬୦ ଗ୍ରାମ୍ ସୁନା ଲୁଚାଇ ଭାରତକୁ ଆଣିବାକୁ ଉଦ୍ୟମ କରୁଥିଲେ । ତାଙ୍କ ବ୍ୟବହାର ଓ ଚାଲିଚଳନ ସନ୍ଦେହଜନକ ଲାଗିଥିବାରୁ ବିଏସଏଫର ଯବାନମାନେ ହୋଇ ତାଙ୍କୁ ଧରି ପଚରା ଉଚରା କରିଥିଲେ । ତଦନ୍ତ ଅନୁସାରେ ଜଣ ପଡିଲା , ଅବୈଧ ଭାବରେ ସୁନା ଆଣାଯାଉଛି ।
ଭାରତ-ବାଂଲାଦେଶ ସୀମାରେ ସୁନା ଚୋରା ଚାଲାଣ ପାଇଁ ନିୟମିତ ଉଦ୍ୟମ କରୁଛନ୍ତି । ପେଟ୍ରାପୋଲ ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ପ୍ରମୁଖ ବ୍ୟାପାରିକ ଏବଂ ଯାତ୍ରୀ ସଂଗଠନ ସ୍ଥଳୀ ଥିଲେ ମଧ୍ୟ, କିଛି ଅପରାଧୀ ଏହାକୁ ଚୋରା କାମରେ ଓ ଅବୈଧ କାରବାର ରେ ବ୍ୟବହାର କରୁଛନ୍ତି । ଏହି ପ୍ରସଙ୍ଗରେ, ଯବାନ ମାନେ ଯାତ୍ରୀଙ୍କର ଚେକିଂ ଏବଂ ଅନ୍ୟାନ୍ୟ ସୁରକ୍ଷା ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ଘଟଣା ତଦନ୍ତ କରିବା ପାଇଁ ପୋଲିସ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଗିରଫ ହୋଇଥିବା ବ୍ୟକ୍ତି ଉପରେ ପଚରା ଉଚରା କରୁଛନ୍ତି । ଏହି ଚୋରା ଚାଲାଣ ସହିତ ସଂଶ୍ଳିଷ୍ଟ ଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ଧରିବାକୁ ତଦନ୍ତ ଚଳାଇଛି ପୋଲିସ ।










