କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଆଳିର ବାଳକାଟି ନିକଟସ୍ଥ ଗଡ଼ଗଡ଼ି ସେତୁ ଉପରୁ ଖରସ୍ରୋତା ନଦୀକୁ ଜଣେ ଯୁବକ ଡେଇଁ ପଡ଼ିଛନ୍ତି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଗୁରୁବାର ଅପରାହ୍ନ ପ୍ରାୟ ୨ଟା ବେଳେ ଜନୈକ ଯୁବକ ସେତୁ ଉପରେ ମୋଟର ସାଇକେଲ ରଖି ହଠାତ୍ ଖରସ୍ରୋତା ନଦୀକୁ ଡେ଼ଇଁ ପଡ଼ିଥିଲେ। ଯୁବକ ଜଣକ ନଦୀରେ ବୁଡି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଓ ମତ୍ସ୍ୟଜୀବୀ ତାଙ୍କୁ ଗୁରୁତର ଅବସ୍ଥାରେ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରିଥିଲେ। ଚିକିତ୍ସା ପାଇଁ ଯୁବକଙ୍କୁ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦ୍ରାପଡ଼ା ସ୍ଥାନାନ୍ତରିତ କରାଯାଇଛି।










