ଭୁବନେଶ୍ୱର: ‘ସୁଭଦ୍ରା’ ପାଇଁ ଦୀପ ଜାଳନ୍ତୁ । ଆସନ୍ତା ୭ ତାରିଖରେ ସୁଭଦ୍ରା ପାଇଁ ପ୍ରତି ଘରେ ଦୀପ ଜାଳିବାକୁ ଅପିଲ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ପ୍ରତି ସୁଭଦ୍ରା ମା’ଙ୍କ ପାଇଁ ଏହା ହେବ ସମ୍ମାନ ବୋଲି ସେ କହିଛନ୍ତି। ଆଜି ମହିଳା , ଶିଶୁ ବିକାଶ ସମ୍ମିଳନୀ କକ୍ଷରୁ ସୁଭଦ୍ରା ଟଙ୍କା ଟ୍ରାନ୍ସଫର କାର୍ୟ୍ୟକ୍ରମରେ ଯୋଗଦେଇ ରାଜ୍ୟର ପ୍ରତି ସୁଭଦ୍ରା ମା’ଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଗୋଟିଏ ଲେଖାଏଁ ଦୀପ ଜାଳିବାକୁ ପ୍ରତି ମହିଳାଙ୍କୁ ଅପିଲ କରିଛନ୍ତି ପ୍ରଭାତୀ ପରିଡା।










