ଯାଜପୁର: କୁଡ଼ୁମାଲି ଲିପି ଓ ଭାଷାର ପ୍ରଚଳନକୁ ପ୍ରତ୍ୟେକ କୁଡୁମି ପରିବାର ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଅନ୍ତଃରାଷ୍ଟ୍ରୀୟ କୁଡୁମି ସଂଗଠନ ଅନୁବନ୍ଧିତ ଯାଜପୁର ଜିଲ୍ଲାର ନିର୍ଭୟାନନ୍ଦ ସାଂସ୍କୃତିକ ସଂଘ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି।ଏହି ଅବସରରେ ବୁଧବାର ଅପରାହ୍ନରେ ସୁକିନ୍ଦା ବ୍ଲକ ଅଧିନସ୍ଥ ପିମ୍ପୁଡିଆ ପଞ୍ଚାୟତର ବାଲିଅଞ୍ଜରୀ ଗ୍ରାମର ଏକ ଉତ୍ସବରେ ସଂଘକୁ ଆମନ୍ତ୍ରଣ କରାଯାଇଥିଲା।ସଂଗଠନର ନିଷ୍ପତି ଅନୁଯାଇ ସଂଘର କର୍ମକର୍ତ୍ତା କୁଡୁମାଲୀ ଲିପି ଫଳକକୁ ଶିଶୁ- ଗୁଗୁଲ ଓ ତାଙ୍କ ମାତା-ମୋନାଲିଶା ପିତା- ଶ୍ରୀ ରାଜେଶ ମହାନ୍ତଙ୍କୁ ସପରିବାର, ଆତ୍ମୀୟ ସ୍ୱଜନ,ବନ୍ଧୁ ବର୍ଗ ଓ ଗ୍ରାମ ଲୋକଙ୍କ ଉପସ୍ଥିତିରେ ସଂଘର ସଭାପତି ଦୋଳଗୋବିନ୍ଦ ମହାନ୍ତ, ସମ୍ପାଦକ ଇନ୍ଦ୍ରଜିତ ମହାନ୍ତ, ଯୁବ ସଭାପତି ବିଶ୍ୱନାଥ ମହାନ୍ତ, ଯୁବ ସମ୍ପାଦକ ଲଲାଟେନ୍ଦୁ ମହାନ୍ତ,ସନ୍ତୋଷ ମହାନ୍ତ,ରବୀନ୍ଦ୍ର ମହାନ୍ତ ଏବଂକେନ୍ଦୁଝର ଜିଲ୍ଲା ଓ ସଂଘର ଅନେକ ସଦସ୍ୟଙ୍କ ଗହଣରେ ପ୍ରଶିକ୍ଷଣ ପାଇଁ କୁଡୁମାଲୀ ଲିପି ଫଳକ କୁ ପ୍ରଦାନ କରାଯାଇଥିଲା ।ନବଜାତ ଶିଶୁଙ୍କ ଦୀର୍ଘ ଜୀବନ କାମନା କରିବା ସହ ସବୁଜ ପରିବେଶ ସୃଷ୍ଟି କରିବାକୁ ତାଙ୍କ ବାଡ଼ିରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା ।ଏହା ଦ୍ୱାରା କୁଡୁମି ସମାଜ ସୁଶିକ୍ଷିତ ଓ ସଂଗଠିତ ହୋଇ ନିଜ ଭାଷା, ସଂସ୍କୃତି, ପରମ୍ପରା, ଝୁମର ଗୀତ ନାଚ ଓ କଳା ସାହିତ୍ୟକୁ ବଳିଷ୍ଠ କରି ସମାଜରେ ଆଗକୁ ବଢିବାର ବାର୍ତ୍ତା ପହଞ୍ଚାଇବାରେ ସକ୍ଷମ ହୋଇପାରିବ ବୋଲି ସମସ୍ତେ ମତ ପୋଷଣ କରିଥିଲେ।










