24.1 C
Bhubaneswar
Sunday, December 7, 2025
Homeଓଡିଶାନୂଆ ବାସଭବନକୁ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

ନୂଆ ବାସଭବନକୁ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଗୃହ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ । ନୂଆ ବାସଭବନକୁ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ  ମାଝୀ । ପୂଜାର୍ଚ୍ଚନା ପରେ ୧୦ଟା ୪୭ରେ ଗୃହ ପ୍ରବେଶ କଲେ । ଗାନ୍ଧୀ ମାର୍ଗ ନୁହେଁ ରାଜଭବନ ମାର୍ଗରେ ଥିବା ରହିଛି ନୂଆ ବାସଭବନ । ଦୀର୍ଘ ୨୫ ବର୍ଷପରେ  ମୁଖ୍ୟମନ୍ତ୍ରୀ ଜରାଜୀଣ୍ଣ ଅବସ୍ଥାରେ ପଡିରହିଥିବା ଗୃହକୁ ନିର୍ମାଣ କରି ଏଠାରେ ରହିବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାୟିତ୍ୱ ନେବା ପରେ ସେ ସାଧାରଣ ପ୍ରଶାସନକୁ କହିଥିଲେ ଏହି ଭଙ୍ଗା କୋଠାଘର ସରକାରୀ ବାସଭବନରେ ରହିବେ । ଏହି କୋଠା ଘରେ ପୂର୍ୱତନ ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧରି ଗୋମାଙ୍ଗୋ , ଜାନକୀ ବଲ୍ଲ ପଟ୍ଟନାୟକ ରହୁଥିଲେ । ହେଲେ ନବୀନ ପଟ୍ଟନାୟକ ଦାୟିତ୍ୱ ଭାର ଗ୍ରହଣ କରିବା ପରେ  ରହୁନଥିଲେ । ସବୁଠୁ ବଡ କଥା ଯେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନନ୍ଦା ଓ ନନ୍ଦିନୀ ଦୁଇଟିଗାଇଟିକୁ ଆଣିଛନ୍ତି । ସେମାନଙ୍କ ମଧ୍ୟ ପୂଜାର୍ଚ୍ଚନା କରାଯିବ । ଏହି ମୁଖ୍ୟମନ୍ତ୍ରୀଙ୍କ ଗୃହ ପ୍ରବେଶ ସହିତ ଦୁଇ ଗାଇଙ୍କ ମଧ୍ୟ ଗୃହ ପ୍ରବେଶ ହେବ । ସେମାନେ ମଧ୍ୟ ବାସଭବନରେ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking