ଭୁବନେଶ୍ୱର : ସ୍କୁଲ କୋଠା ରଙ୍ଗ ବଦଳାଇବା ନିଶ୍ପତ୍ତି ପ୍ରସଙ୍ଗରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାଯ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ରଙ୍ଗ ପରିବର୍ତ୍ତନ ଏକ ଅପରିପକ୍ୱତାର ପରିଚୟ । ଏହା ଦୁର୍ବଳ ମାନସିକତାର ପରିଚୟ । ରଙ୍ଗରେ ନୁହେଁ ସରକାରଙ୍କୁ ଢଙ୍ଗରେ ଆଣିବା ଉଚିତ । ଏଥିରେ ଅଯଥା ରାଜକୋଷ ନଷ୍ଟ ହେଉଛି । ଶିକ୍ଷାର ଗୁଣାତ୍ମକ ମାନ ମାନ ଉପରେ ଧ୍ୟାନ ଦେବା ଉଚିତ ।










