25.1 C
Bhubaneswar
Wednesday, February 11, 2026
Homeଓଡିଶାଧାନ ଦୁର୍ନିତୀ ନେଇ ନବୀନକୁ ଭେଟିଲେ ନବନିର୍ମାଣ ସଂଗଠନ

ଧାନ ଦୁର୍ନିତୀ ନେଇ ନବୀନକୁ ଭେଟିଲେ ନବନିର୍ମାଣ ସଂଗଠନ

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ବ୍ୟାପକ ଧାନ କିଣା ବିରୁଦ୍ଧରେ ନବନିର୍ମାଣ ସଂଗଠନ ତରଫରୁ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସ୍ମାରକ ପତ୍ର ଦିଆଯିବା ସହ ଅବଗତ କରାଯାଇଛି। ସୂଚନା ଯୋଗ୍ୟ ଯେ, ନବନିର୍ମାଣ ସଂଗଠନ ତରଫରୁ ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଗଜପତି ଭଳି ଜିଲ୍ଲାରେ ଜିଲ୍ଲା ସ୍ତରରେ ଧାନ କାଟକୁ ନେଇ ବିକ୍ଷୋଭ କରାଯାଇଛି। ବିକ୍ଷୋଭ ସମୟରେ ଜିଲ୍ଲା ପ୍ରଶାସନକୁ କିଭଳି ମିଲରମାନେ ଗରିବ ଚାଷୀଙ୍କୁ ଭୂତେଇ ୫ରୁ ୧୨ କେଜି ପର୍ଯ୍ୟନ୍ତ କାଟି ନେଉଛନ୍ତି ଏହା ଉପରେ ଅବଗତ କରାଯାଇଛି। ଧାନ ଦୁର୍ନିତୀ ବିରୋଧରେ ଅହିଂସକ ଗଣତାନ୍ତ୍ରୀକ ଉପାୟରେ ଆନ୍ଦୋଳନ ହେଉଥିଲେ ହେଁ ସରକାର ଓ ଜିଲ୍ଲାପ୍ରଶାସନ ଏହାକୁ ଅଣଦେଖା କରିଆସିଛନ୍ତି।

ଏହା ବିରୁଦ୍ଧରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଆଜକୁ ୧୮ ଦିନ ହେଲା ଉପବାସରୂପୀ ବ୍ରତ ପାଳନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସଂଗଠନ ତରଫରୁ ବିଭିନ୍ନ ଗଣସଂଗଠନ ରାଜନୈତିକ ଦଳ ବିଶେଷ କରି ବିରୋଧି ଦଳ ମାନଙ୍କ ସହ କଥାବାର୍ତ୍ତା ଚାଲିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବନିର୍ମାଣ ସଂଗଠନ ପକ୍ଷରୁ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ଯୁବଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ ସାକ୍ଷାତ ଆଲୋଚନା କରିଛନ୍ତି। ସାକ୍ଷାତ ଆଲୋଚନା ବେଳେ ବିରୋଧି ଦଳ ନେତା ଶ୍ରୀଯୁକ୍ତ ପଟ୍ଟନାୟକ ମୁଁ ଆପଣମାନଙ୍କ ଆନ୍ଦୋଳନ ବିଷୟରେ ଆବଗତ ଅଛି ଓ ବିଧାନସଭାରେ ଆମେ ଏ ପ୍ରସଙ୍ଗ ଉଠାଇବୁ ବୋଲି ଚାଷୀ ନେତାଙ୍କୁ ପ୍ରତିଶୃତି ଦେଇଥିଲେ। ସେଭଳି ଅକ୍ଷୟ କୁମାରଙ୍କ ଅନଶନ ସ୍ଥଳକୁ ଏକ ପ୍ରତିନିଧି ମଣ୍ଡଳୀ ଯିବେ ବୋଲି ସେ ଆଲୋଚନାରେ କହିଥିଲେ। ଆଲୋଚନା ସମୟରେ ସଂଗଠନର ଭୁବନେଶ୍ବର ଛାତ୍ର ସଭାପତି ଅମିତ ଜେନା, ଜଟଣୀ ବ୍ଲକ୍ ସଂଯୋଜକ ପ୍ରଫୁଲ ପରିଡ଼ା ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking