20.1 C
Bhubaneswar
Sunday, December 7, 2025
Homeଓଡିଶା୭ ଜଣ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଧରିଲା ଏଆଇ କ୍ୟାମେରା

୭ ଜଣ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଧରିଲା ଏଆଇ କ୍ୟାମେରା

ସମ୍ବଲପୁର : ମାଟ୍ରିକ ବିଜ୍ଞାନରେ କପି କରୁଥିବା ବେଳେ ଧରା ପଡିଲେ ଛାତ୍ର ଛାତ୍ରୀ । କୌଣସି ସ୍କ୍ୱାଡ ଏହାକୁ ଧରିନାହିଁ । ବରଂ ଏଆଇ କପି ଧରାଇଛି ।  ୭ ଜଣ ପରୀକ୍ଷାର୍ଥୀଙ୍କୁ ଧରିଛି ଏଆଇ କ୍ୟାମେରା । ଚଳିତ ବର୍ଷ ପ୍ରଥମ କରି ଏଆଇ କ୍ୟାମେରା  ପରୀକ୍ଷାର୍ଥୀଙ୍କୁ ଧରିଛି ।  ୭ ଜଣ ପରୀକ୍ଷାର୍ଥୀଙ୍କୁ ଏଆଇ ଧରିଥିବା ନେଇ  ସମ୍ବଲପୁର ବୋର୍ଡ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ୪ଟି ବୋର୍ଡ ସମ୍ବଲପୁର ଜିଲ୍ଲାର ୨୦ଟି ପରୀକ୍ଷା କେନ୍ଦ୍ରରେ ଯାଞ୍ଚ  କରିଥିଲେ ।  ଏଥିରୁ ଦୁଇଟି କେନ୍ଦ୍ରୀୟ ସ୍କ୍ୱାଡ  ୫ଟି ଲେଖାଏଁ କେନ୍ଦ୍ର ପରିଦର୍ଶନ କରିଥିବା ବେଳେ  ସମ୍ବଲପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ ସ୍କ୍ୱାଡ ୩ଟି  ଏବଂ ସ୍ୱତନ୍ତ୍ର ସ୍କ୍ୱାଡ ୭ଟି କେନ୍ଦ୍ର ପରିଦର୍ଶନ କରିଥିଲେ । ବିଜ୍ଞାନ ପରୀକ୍ଷାରେ  ଜଣ ପରୀକ୍ଷାର୍ଥୀ କପି କରୁଥିବା ନେଇ ଏଆଇ କ୍ୟାମେରାରୁ ଜଣା ପଡିବା ପରେ  ଭିନ୍ନ ଭିନ୍ନ ପରୀକ୍ଷା କେନ୍ଦ୍ର  କର୍ତ୍ତୁପକ୍ଷ ଏଭଳି ଛାତ୍ରଛାତ୍ରୀଙ୍କୁ ମାଲ ପ୍ରାକ୍ଟିସରେ ପକାଇଥିଲେ । ଏବଂ ଯେତେବେଳେ କପିକୁ ରୋକିବା ପାଇଁ କଡା ବ୍ୟବସ୍ଥା କରାଯାଇଛି ସେଭଳି ପରିସ୍ଥିତିରେ ଏଆଇ କ୍ୟାମେରା  ୭ ଜଣ ପରୀକ୍ଷାର୍ଥୀ ଧରାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking