21.1 C
Bhubaneswar
Wednesday, December 17, 2025
Homeଓଡିଶାକୋଣାର୍କରେ ଘୁଷୁରୀ ମଡ଼କ: ୨ ମାସରେ ୮ହାଜରୁ ଊର୍ଦ୍ଧ୍ୱ ମୃତ

କୋଣାର୍କରେ ଘୁଷୁରୀ ମଡ଼କ: ୨ ମାସରେ ୮ହାଜରୁ ଊର୍ଦ୍ଧ୍ୱ ମୃତ

କୋଣାର୍କ : କୋଣାର୍କ ଏନଏସି ୧୧ନଂ ୱାର୍ଡ ନଳକଣ ଗ୍ରାମ କେଳାସାହିରେ ଗତ ୨ମାସ ମଧ୍ୟରେ ପ୍ରାୟ ୮ହଜାରରୁ ଊର୍ଦ୍ଧ୍ୱ ଘୁଷୁରୀ ଏକ ଅଚିହ୍ନା ରୋଗରେ ପୀଡିତ ହୋଇ ମରିଯାଉଥିବା ଚାଞ୍ଚଲ୍ୟକର ଖବର ମିଳିଛି। ସୂଚନାଥାଉ କି କୋଣାର୍କ ଏନଏସିର ୧୧ନଂ ୱାର୍ଡରେ ଥିବା କେଳାସାହି ଲୋକମାନେ ନିଜର ଜାତି ପରମ୍ପରାକୁ ବଜାଇ ରଖି କାହିଁ କେଉଁ ପୂର୍ବପୁରୁଷ ପିଢିରୁ ଚାଲିଆସିଥିବା ଘୁଷୁରୀ ପାଳନ କରି ନିଜର ପରିବାର ପ୍ରତିପୋଷଣ କରିଆସୁଛନ୍ତି। ନଳକଣ କେଳାସାହିରେ ସମୁଦାୟ ୫୬ଗୋଟି ପରିବାର ମଧ୍ୟରୁ ୩୦ରୁ ଉର୍ଦ୍ଧ୍ୱ ପରିବାର ଏହି କୌଳିକ ଘୁଷୁରୀ ପାଳନ କରି ନିଜର ପରିବାର ଚଳାଇଥାନ୍ତି। ମାତ୍ର ଅଚାନକ ଏହି କେଳାସାହିରେ ଘୁଷୁରୀମାନଙ୍କୁ ଏକ ଅଜଣା ରୋଗ ଧରି ପ୍ରାୟ ୮ ହଜାର ରୁ ଉର୍ଦ୍ଧ୍ୱ ଘୁଷୁରୀ ମରି ସମ୍ପୂର୍ଣ କେଳାସାହିଟି ଏବେ ଘୁଷୁରୀ ଶୂନ୍ୟ ହୋଇଯାଇଥିବା ଦେଖିବାକୁ ମିଳିଛି।

ଏହି ରୋଗରେ ପୀଡ଼ିତ ଘୁଷୁରୀ ହଠାତ ନିଜର ଖାଦ୍ୟ ନଳୀରେ ଖାଦ୍ୟ ନଯିବାରୁ କିଛି ଖାଇ ନପାରି ଉପାସ ପଡ଼ିରୁହନ୍ତି। ପଶୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଯେତେ ପ୍ରକାର ଔଷଧ ଦେବା ପରେ ବି ଏମାନେ ସୁସ୍ଥ ହୋଇ ନପାରି ୩ଦିନ ପରେ ଏହି ଅଜଣା ରୋଗରେ ଏମାନଙ୍କର ମୃତ୍ୟୁ ହୋଇଯାଉଛି। ଏପରି ସମସ୍ତ ଚେଷ୍ଟା ସତ୍ତ୍ୱେ କେଳାସାହିର ୩୦ରୁ ଊର୍ଦ୍ଧ୍ୱ ପରିବାରର ୮ହଜାରରୁ ଊର୍ଦ୍ଧ୍ୱ ଘୁଷୁରୀ ପର୍ଯ୍ୟାୟକ୍ରମେ ମରି ଏବେ ଘୁଷୁରୀ ଆଡ୍ଡାଗୁଡିକ ସମ୍ପୂର୍ଣ୍ଣ ଖାଲି ପଡ଼ିରହିଛି। ଅନେକ ଛୁଆଠାରୁ ବଡ଼ଘୁଷୁରୀ ବୁଲୁଥିଲା ବେଳେ ହଠାତ ନଈ ଭିତରେ, ବାଟରେ ଚାଲୁଚାଲୁ ପଡି ମରୁଛନ୍ତି ତ, ଆଉ କେତେକ ଅମୁରୀବଣରେ ମରି ପଡ଼ିଛନ୍ତି।

କେଳାସାହିର ଏହି ଗରିବ ଘୁଷୁରୀ ଚାଷୀ ବିଭିନ୍ନ ବ୍ୟାଙ୍କ ଓ ମହିଳା ଗ୍ରୁପ୍‌ରୁ ଲକ୍ଷାଧିକ ଟଙ୍କା ଋଣ ଆଣି ଚାଷ କରି ବ୍ୟାଙ୍କ ଋଣ ଦେବା ସହ ନିଜର ପରିବାର ଚଳାଇଥାନ୍ତି। ମାତ୍ର ଘୁଷୁରୀ ମଡ଼କରେ ନିଜର ସମସ୍ତ ଘୁଷୁରୀକୁ ହରାଇ ଏବେ ଚାଷୀମାନେ ଋଣ ଶୁଝି ନପାରି ନିଜ ପରିବାର ଚଳାଇବାରେ ସଂଘର୍ଷ ଚଳାଇଛନ୍ତି। ଏ ନେଇ ଗରିବ ଘୁଷୁରୀ ଚାଷୀମାନେ ମୁଣ୍ଡରେ ହାତଦେଇ କାନ୍ଦୁଥିବା ହୃଦୟ ବିଦାରକ ଦୃଶ୍ୟ କେଳା ସାହିରେ ଦେଖିବାକୁ ମିଳିଛି। ସୂଚନା ମୁତାବକ କେଳାସାହିର ଗତ ଏକ ମାସ ମଧ୍ୟରେ ବାବୁଲା ଦାଶଙ୍କ ୧୩୦ଟି, ଶିବା ଦାଶଙ୍କ ୬୦ଟି, ପ୍ରଫୁଲ ଦାଶ ୨୦ଟି, କହ୍ନେଇ ଦାସ ୪୦ଟି, ସୁବାସ ଦାଶ ୧୦ଟି, ଶଙ୍କର ଦାସ ୩୦ଟି, କ୍ଷେତ୍ରମୋହନ ଦାସ ୩୦ଟି, କୃଷ୍ଣ ଦାସ୨୦୦ଟି, କାଳିଆ ଦାସ ୪୦ଟି, ଚୈତ୍ୟନ ଦାସ ୪୫ଟି, ନବ ଦାସ ୬୦ଟି, ରାମ ଦାଶ ୬୫ଟି ଓ କୁସା ଦାସଙ୍କ ୭୦ଟି ବଡ଼ ଓ ଛୁଆ ଘୁଷୁରୀ ମରିଯାଇଥିବା ସେମାନେ ପ୍ରକାଶ କରିଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ଘୁଷୁରୀ ମଡ଼କର କାରଣ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ମେଡିକାଲ ଟିମ୍ ପଠାଇବା ସହିତ ଗରିବ ଘୁଷୁରୀ ଚାଷୀଙ୍କୁ ସରକାରୀ ସହାୟତା ତୁରନ୍ତ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking