19.1 C
Bhubaneswar
Saturday, December 13, 2025
Homeଓଡିଶାମାର୍ଚ୍ଚ ୩ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନଶୁଣାଣି ପାଇଁ ସ୍ଲଟ ବୁକିଂ...

ମାର୍ଚ୍ଚ ୩ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନଶୁଣାଣି ପାଇଁ ସ୍ଲଟ ବୁକିଂ ଶେଷ

ଭୁବନେଶ୍ବର: ମାର୍ଚ୍ଚ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନଶୁଣାଣି ପାଇଁ ସ୍ଲଟ ବୁକିଂ ଆଜି ଶେଷ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆସନ୍ତା ସୋମବାର ସାକ୍ଷାତ ଅଭିଯୋଗ ପାଇଁ ସର୍ବାଧ‌ିକ ୧୦୦୦ ଜଣଙ୍କ ପାଇଁ ପଞ୍ଜୀକରଣ ଉଦ୍ଦିଷ୍ଟ ଥିଲା । ଏଥିପାଇଁ ପୂର୍ବ ସୂଚନା ଅନୁସାରେ ଫେବୃୟାରୀ ୨୮ ତାରିଖ ପୁର୍ବାହ୍ନ ୧୧ ଘଟିକା ଠାରୁ ଏହି ସ୍କଟ୍ ବୁକିଂ ବା ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ଯମରେ ମାର୍ଚ୍ଚ ୧ ତାରିଖ ଶନିବାର ଅପରାହ୍ଣ ସୁଦ୍ଧା ୧୦୦୦ ଜଣ ନିଜ ନିଜର ସ୍ଲଟ ବୁକିଂ କରି ସାରିଥିବା ଜଣାଯାଇଛି । ଏହି ସମସ୍ତ ଜନସାଧାରଣ ସେମାନଙ୍କର ପଞ୍ଜୀକରଣ ପ୍ରାପ୍ତି ସ୍ବୀକାର ପତ୍ର, ବ୍ୟକ୍ତିଗତ  ପରିଚୟ ପତ୍ର ଏବଂ ନିଜର ଅଭିଯୋଗ ପତ୍ର ସହ ୟୁନିଟ୍-୫, ଭୁବନେଶ୍ବର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇବା ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking