30.1 C
Bhubaneswar
Saturday, February 14, 2026
Homeଓଡିଶାରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର : ଆୟକର ଫାଇଲ କରିଥିଲେ ବି ରାସନ କାର୍ଡ କଟିବ ନାହିଁ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସର୍ବେକ୍ଷଣ କରାଯିବ। ଅଧିକାରୀମାନେ ଘରକୁ ଘର ବୁଲି ସର୍ଭେ କରିବେ। ଯେଉଁମାନେ ଆୟକର ଦାଖଲ କରିଥିବେ ସେମାନଙ୍କ କାଗଜାତ ଯାଞ୍ଚ କରିବେ। ଗ୍ରାମାଞ୍ଚଳରେ ମାସିକ ୧୦ହଜାର ଆୟ ଏବଂ ସହରାଞ୍ଚଳରେ ୧୫ହଜାର ଟଙ୍କା ଆୟ ଥିଲେ ରାସନ କାର୍ଡ କଟିବ। କିନ୍ତୁ ଏହାଠାରୁ ଆୟ କମ ରହିଥିଲେ ଆୟକର କଟିବ ନାହିଁ ବୋଲି ମଙ୍ଗଳବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଯେଉଁମାନେ ଆଇଟି ରିଟର୍ଣ୍ଣ ଦାଖଲ କରୁଛନ୍ତି ସେମାନେ ରାସନ କାର୍ଡ ଫେରାଇବାକୁ ନିଦେର୍ଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପୂର୍ବରୁ କହିଥିଲେ। ତେବେ ଆୟକର ଫାଇଲ କରିଥିଲେ ବି ଆୟକର କଟିବ ନାହିଁ ବୋଲି ଆଜି ସେ ପ୍ରକାଶ କରିଛନ୍ତି। ଠିକା କର୍ମଚାରୀଙ୍କୁ ରାସନ କାର୍ଡ ଫେରାଇବାର ଆବଶ୍ୟକତା ନାହିଁ। ବଡ ଚାକିରି କରିନଥିବା ଲୋକେ ମଧ୍ୟ ରାସନ କାର୍ଡ ଫେରାଇବେ ନାହିଁ। ଯେଉଁମାନେ ୧୦/୧୨ ହଜାର ଦରମା ପାଉଛନ୍ତି ସେମାନେ ମଧ୍ୟ ରାସନ କାର୍ଡ ରଖିପାରିବେ । ସେହିପରି ଯେଉଁମାନେ ୩୦/୪୦ ହଜାର ଦରମା ପାଉଛନ୍ତି, ସେମାନେ ରାସନ କାର୍ଡ ନଫେରାଇଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking