ଭୁବନେଶ୍ୱର: କିଟ୍ ହଷ୍ଟେଲରେ ନେପାଳର ଛାତ୍ରୀ ମୃତ୍ୟୁ ମାମଲା । ଉଚ୍ଚସ୍ତରୀୟ ଯାଞ୍ଚ କମିଟି ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ । ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରତିକ୍ରିୟା । ଯେଉଁମାନଙ୍କୁ ସମନ ହୋଇଥିଲା, କମିଟି ନିକଟରେ ପକ୍ଷ ରଖିଛନ୍ତି । ଏସବୁ ତଥ୍ୟ ରେକର୍ଡ କରିଛି ଉଚ୍ଚସ୍ତରୀୟ କମିଟି । କମିଟି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଯାଏଂ ୧୦ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଭିତରେ ବାଉନସର, ଟ୍ରେନର, ସୁରକ୍ଷାକର୍ମୀ ଅଛନ୍ତି । ସିସିଟିଭି ଫୁଟେଜ ଫରେନସିକ୍ ଲ୍ୟାବକୁ ପଠାଯାଇଛି । କିଟ୍ ବିଶ୍ୱବିଦ୍ୟାଳୟର ୨ ମହିଳାଙ୍କ ଭିଡିଓ ସାମ୍ନାକୁ ଆସିଛି । ସେହି ୨ ଜମ ମହିଳା ସସ୍ପେଣ୍ଡ ହୋଇଛନ୍ତି ।










