27.1 C
Bhubaneswar
Tuesday, March 24, 2026
Homeଓଡିଶାଗ୍ୟାସ୍ ଲିକ ଯୋଗୁଁ ଜଳିଗଲା ୩ଟି ଦୋକାନ

ଗ୍ୟାସ୍ ଲିକ ଯୋଗୁଁ ଜଳିଗଲା ୩ଟି ଦୋକାନ

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ଲାଠି ଗାଁ ଛକରେ ଭୟାବହ ଅଗ୍ନିକାଣ୍ଡ ।  ଗାଁର ମୁଖ୍ୟ ବଜାର ଛକରେ ଥିବା ୩ଟି ଦୋକାନ ପୋଡ଼ି ପାଉଁସ ହୋଇଯାଇଛି । ପ୍ରଥମେ ଏକ ଜଳଖିଆ ଦୋକାନରେ ନିଆଁ ଲାଗିବା ପରେ ଏହା ଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା  ।  ଗ୍ୟାସ ଲିକ୍ ହେବାରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।  ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା  । ତେବେ ଅଗ୍ନିକାଣ୍ଡରେ ଜଳଖିଆ ଦୋକାନ ସମେତ ଅନ୍ୟ ତିନୋଟି ଦୋକାନ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking