27.1 C
Bhubaneswar
Sunday, March 22, 2026
Homeଓଡିଶାପ୍ରଭୁ ଲିଙ୍ଗରାଜଙ୍କ ଜାଗର: ରାତି ୧୦ରେ ଉଠିବ ମହାଦୀପ, ଏକାମ୍ରରେ ମୁତୟନ ହେବେ ୩୫ ପ୍ଲାଟୁନ୍...

ପ୍ରଭୁ ଲିଙ୍ଗରାଜଙ୍କ ଜାଗର: ରାତି ୧୦ରେ ଉଠିବ ମହାଦୀପ, ଏକାମ୍ରରେ ମୁତୟନ ହେବେ ୩୫ ପ୍ଲାଟୁନ୍ ପୋଲିସ

ଭୁବନେଶ୍ୱର: ଜାଗର ପାଖେଇ ଆସୁଛି। ଏହି ପବିତ୍ର ପାଇଁ ସରିଲା ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କମିସନରେଟ ପୁଲିସ ପକ୍ଷରୁ ଡକାଯାଇଥିବା ଏହି ସମନ୍ୱୟ ବୈଠକରେ ସମସ୍ତ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ତେବେ ଠିକ ସମୟରେ କିପରି ଭାବେ ଦୀପ ଉଠିବ ସମସ୍ତ ନୀତିକାନ୍ତି ସୁଚାରୁ ରୁପେ ହେବ ସେ ନେଇ ସେବାୟତମାନକୁ ଏହି ବୈଠକରେ କୁହାଯାଇଛି।

ରାତି ୧୦ଟାରେ ମହାଦୀପ ଉଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଭକ୍ତମାନେ କିଭଳି ଭାବେ ଦର୍ଶନ କରିବେ ଏବଂ ଦୀପ ଜାଳିବେ ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯିବ। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁପରିଚଳନ ପାଇଁ ୩୫ ପ୍ଲାଟୁନ ପୁଲିସ ଫୋର୍ସ ଓ ୨୦୦ରୁ ଊର୍ଦ୍ଧ୍ୱ ଅଧିକାରୀ ନିୟୋଜିତ ହେବେ ବୋଲି ପୁଲିସ କମିସନର କହିଛନ୍ତି। ଟ୍ରାଫିକ ନିୟନ୍ତ୍ର ପାଇଁ ମଧ୍ୟ ବତାବସ୍ଥା କରାଯିବ ସହ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏପଟେ ଆଜି ପ୍ରସ୍ତୁତି ବୈଠକରେ କିଛି ନିଯୋଗ ଉପସ୍ଥିତ ନଥିବାରୁ ସେମାନେ ସୁରୁଖୁରେ ଜାଗର ନୀତି ସମ୍ପନ୍ନ କରିବା ପାଇଁ ଅନୁରୋଧ କରିଛନ୍ତି ବିଧାୟକ ବାବୁ ସିଂ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking